www.samajalive.in
Tuesday, December 9, 2025
17.1 C
Bhubaneswar

ଆଠଗଡ ସାହିତ୍ୟ ସମାଜର ହୋଲି ଉତ୍ସବ

ଆଠଗଡ: ଗଡଜାତ ଅଞ୍ଚଳର ଦୋଳଯାତ୍ରା ଫଗୁଦଶମୀରୁ ଆରମ୍ଭ ହୋଇ ବାରୁଣୀ ଯାତ୍ରାରେ ଶେଷ ହୋଇଥାଏ। ବୁଧବାର ବାରୁଣୀ ଯାତ୍ରା ଅବସରରେ ଆଠଗଡ ସାହିତ୍ୟ ସମାଜର ପକ୍ଷରୁ ସ୍ଥାନୀୟ ମହାବୀର ପ୍ଲାଜାଠାରେ ହୋଲି ମିଳନ ଓ ଭାବବିନୋଦିଆ ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଠଗଡ ଗଡଜାତ ମାଟି କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି ପ୍ରକାଶ କରିଥିଲେ। ତତ୍କାଳିନ ଆଠଗଡର ସମସ୍ତ ରାଜା ଥିଲେ କୃଷ୍ଣଭକ୍ତ ଏବଂ ସେଥିପାଇଁ ଆଠଗଡରେ ପ୍ରାଚୀନ ମନ୍ଦିର ଗୁଡିକ ଓ ଗ୍ରାମର ନାମଗୁଡିକ ରାଧାକୃଷ୍ଣଙ୍କର ବିଭିନ୍ନ ନାମରେ ନାମିତ ହୋଇଛି। ସେଥିପାଇଁ ପାଇଁ ଆଜି ଆଠଗଡ ମାଟି ଗର୍ବ ଅନୁଭବ କରୁଛି ବୋଲି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ।

ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡଃ ନାରାୟଣ ପଣ୍ଡା ଯୋଗଦେଇ ଆଠଗଡ ଗଡଜାତ ଅଞ୍ଚଳର ଦୋଳଯାତ୍ରା ସ୍ୱତନ୍ତ୍ର ଓ ନିଆରା ଏବଂ ଏହା ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଛି ବୋଲି ମତପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରିୟବ୍ରତ ଦାସ ଯୋଗଦେଇ ସାହିତ୍ୟ ସମାଜର ଏପରି ହୋଲି ଉତ୍ସବ ଆୟୋଜନ ସ୍ୱାଗତ ଯୋଗ୍ୟ ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରତିଷ୍ଠାତା ସଂପାଦକ ସ୍ୱର୍ଗତ ଭୁବନାନନ୍ଦ ପଟ୍ଟନାୟକ ସଭ୍ୟ ଡାକ୍ତର ମୁରଲୀଧର ସ୍ୱାଇଁଙ୍କ ବିୟୋଗରେ ତାଙ୍କର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ସଂପାଦକ ଲଲାଟେନ୍ଦୁ ସେନାପତି ବିବରଣୀ ପାଠ କରିଥିଲେ। ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

- Advertisement -

ଏହି ଅବସରରେ ସାହିତ୍ୟ ସମାଜର ପୂର୍ବତନ ଉପସଭାପତି ଅଦ୍ୱୈତ ଚରଣ ପଣ୍ଡାଙ୍କୁ ଭାବବିନୋଦିଆ ଉପାଧିରେ ଭୂଷିତ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟ ସମାଜର କବି ଓ କବୟିତ୍ରୀମାନେ ହୋଲି ଉପରେ ପର୍ଯ୍ୟବେଷିତ ସ୍ୱରଚିତ କବିତା ପାଠ କରିଥିଲେ। ଗୁରୁଦତ୍ତ ନାୟକ ଓ ବିପ୍ଲବ ଦାସ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କଳ୍ପଲତା ଦାଶ, ତ୍ରିଲୋଚନ ବେହେରା, ଦୀପାଳି ଦାଶ, ପ୍ରତାପ ପଟ୍ଟନାୟକ ଓ ଗାୟତ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories