www.samajalive.in
Sunday, December 7, 2025
14.1 C
Bhubaneswar

ଜିଲ୍ଲାସ୍ତରୀୟ ୮୭ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା :  ସ୍ଥାନୀୟ ରିଜର୍ଭ ପୁଲିସ ପଡିଆ ଠାରେ ଏପ୍ରିଲ ୧ ତାରିଖ ଜିଲ୍ଲାସ୍ତରୀୟ ୮୭ ତମ ପୁଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ. ଶ୍ରବଣ ବିବେକ ଏମ୍. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପୁଲିସ ବାହିନୀର ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ କଳାହାଣ୍ଡି ଏସ୍ପି ଡ. ଶ୍ରବଣ ବିବେକ ଏମ୍. ୮୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଉପସ୍ଥିତ ପୁଲିସ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମୁଁ ଆଶା କରୁଛି ଯେ, ଆମ ପୁଲିସ ବାହିନୀ ଉପଯୁକ୍ତ ସେବା ମନୋଭାବ ନେଇ କାର୍ଯ୍ୟ କରିଲେ ଆମ ଦେଶର ଏକ ଆଦର୍ଶ ପୁଲିସ ବାହିନୀ ହୋଇ ପାରିବା ଦେଶରେ ଘଟୁଥିବା କରୋନାର କଳାମେଘ ସମୟରେ ପୁଲିସ ବାହିନୀର ଉଲ୍ଲେଖନୀୟ ସେବାକୁ ମନେ ପକାଇ ଏସ୍.ପି ସେମାନଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କ ଶୁଭେଚ୍ଛା ଜଣାଇବା ସହିତ ଚଳିତ ବର୍ଷ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ ହୋଇଥିବା ୬ ଜଣ ପୁଲିସ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟପାଟଣା ଥାନାର ସବ୍ଇନ୍ସିପେକ୍ଟର ଲିଙ୍ଗରାଜ ସେଠୀ, ଦଶପୁର ଫାଣ୍ଡି ଅଧିକାରୀ ଏଏସ୍ଆଇ ଚନ୍ଦ୍ରହାସ୍ୟ ସାହୁ, ରିର୍ଜଭ ପୁଲିସ ହାବିଲଦାର ତ୍ରିବିକ୍ରମ ବିଶ୍ୱାଳ, ଗୋଲାମୁଣ୍ଡା ଥାନାର କନେଷ୍ଟବଲ୍ ରଞ୍ଜନ କୁମାର ସାହୁ ସମେତ କନେଷ୍ଟେବଲ୍ ସୁରେନ୍ଦ୍ର ସାହୁ ଓ କନେଷ୍ଟବଲ୍ ହରେକୃଷ୍ଣ ସରାଫକୁ ଏସ୍ଡି ଡ. ଶ୍ରବଣ ବିବେକ ଏମ୍ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ବିଜୟ କୁମାର ନନ୍ଦ, କେସିଙ୍ଗା ଏସ୍ଡିପିଓ ଅଭିନବ ସୋନାକର ଆଇପିଏସ୍ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ମାନେ ଯୋଗଦେଇଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories