www.samajalive.in
Sunday, December 7, 2025
23.1 C
Bhubaneswar

ବରଗଡ଼ ଜିଲ୍ଲା ସ୍କlଉଟ୍ ଗାଇଡ କ୍ୟାମ୍ପୋରି ‘ବିଶ୍ୱାସ’ ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଚାରି ଦିନ ଧରି ଚାଲିଥିବା ସ୍କାଉଟ୍ ଗାଇଡ କ୍ୟାମ୍ପୋରି ‘ବିଶ୍ୱାସ’ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କ୍ୟାମ୍ପରେ ଜିଲ୍ଲାରୁ ୪୮୦ ଜଣ ସ୍କାଉଟ୍ ଓ ଗାଇଡ, ପ୍ରାୟ ୧୦୦ ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ କ୍ୟାପଟେନ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଦନ ସୁନାଙ୍କ ଅଧ୍ୟକ୍ଷତାରେ ଚାରି ଦିନ ଧରି ଏହି କ୍ୟାମ୍ପୋରି ଅତି ସୁରୁଖୁରୁରେ ସମ୍ପାଦିତ ହୋଇଯାଇଛି। ଏହି କ୍ୟାମ୍ପୋରିକୁ ଜିଲ୍ଲା ସ୍କlଉଟ୍ ଗାଇଡ ସମ୍ପାଦକ ଆଶୁତୋଷ ଦେ ପରିଚାଳନା କରିଥିଲେ।

ଏହି କ୍ୟାମ୍ପୋରି ଗତ ୨୮ ତାରିଖରୁ ଆରମ୍ଭ ହୋଇ ଚାରିଦିନ ପରେ ଗୁରୁବାର ଶେଷ ହୋଇଛି। ଏହି ଚାରି ଦିନ ଭିତରେ ପ୍ୟାରେଡ, ବେଣ୍ଡ ଡିଷ୍ପ୍ଲେ, ଶାରୀରିକ କୌଶଳ ପ୍ରଦର୍ଶନ, କେଂପ୍ କ୍ରାଫ୍ଟ, ଏକ୍ଜିବିସନ୍, ଭିଲେଜ ଫେଆର, ଦଳଗତ ସଙ୍ଗୀତ, ନୃତ୍ୟ, ବ୍ଲକ ଏକ୍ସପୋଜିସନ୍, ପିଜେଣ୍ଟ ସୋ, କଲର୍ ପାର୍ଟି, ୧୧ଟି ଦଳଗତ ପ୍ରତିଯୋଗିତା ଓ ସାଧାରଣ ଜ୍ଞାନ, ସ୍କିଲୋରାମା, ନଟିଂ, ଫାର୍ଷ୍ଟଏଡ୍ ଓ ୫ଟି ଏକକ ପ୍ରତିଯୋଗିତା ହୋଇଥିଲା। ଏହା ବ୍ୟତୀତ ସନ୍ଧ୍ୟାରେ ପିଲାଙ୍କ ମନୋରଞ୍ଜନ ପାଇଁ ରାମ୍ପ ସୋ ମଧ୍ୟ କରାଯାଇଥିଲା। ବିଭିନ୍ନ ନୃତ୍ୟ ଗୀତ ସହ ଓ ଖେଳ ପାଇଁ ଆଡ଼ଭେଞ୍ଚରସ୍ ବେସ୍ କରାଯାଇ ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରାଯାଇଥିଲା।

- Advertisement -

ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୨୦ ଜଣ ସ୍କାଉଟ୍ ଓ ୨୦ ଜଣ ଗାଇଡ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀର ଭୟା ବହତାରେ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିଲା। ତେଣୁ ପିଲାଙ୍କ ମନରେ ପାଠ ପଢା ପ୍ରତି ଆଗ୍ରହ କମିଯାଇଛି। ସେମାନଙ୍କ ଭିତରେ ଥିବା ପ୍ରତିଭା ଏକ ପ୍ରକାର ସୁପ୍ତ ଅବସ୍ଥାକୁ ଆସିଯାଇଛି। ତେଣୁ ପିଲାଙ୍କ ମଧ୍ୟରେ ପୁଣି ସେଇ ସକ୍ରିୟ ମନୋଭାବ ସୃଷ୍ଟି କରି, ସେମାନଙ୍କ ସେଇ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବାର ପ୍ରୟାସ ନେଇ ଏହି କେମ୍ପୋରିର ଆୟୋଜନ ହୋଇଥିବା ଜଣାପଡ଼ିଛି। ଏହା ବ୍ୟତୀତ କରୋନା ଯୋଗୁଁ ଘରେ ରହି ପିଲାମାନେ ଏକତାବଦ୍ଧ ଭାବରେ କାମ କରିବା, ବନ୍ଧୁତା ସୃଷ୍ଟି କରିବା ଆଦି ଭୁଲି ଯାଇଥିବା ବେଳେ ଏହି କେମ୍ପରୁ ପିଲାମାନେ ପରସ୍ପର ସହ ମିଶି ବନ୍ଧୁତ୍ୱ ସ୍ଥାପନ କରିବାର ସୁଯୋଗ ପାଇଛନ୍ତି।

ଏହାର ଉଦଯାପନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସମ୍ଭୁ ସେଠ ମୁଖ୍ୟ ବକ୍ତା, ଆଲୁମିନା କମିଟିର ସମ୍ପାଦକ ପଞ୍ଚାନନ ପ୍ରଧାନ, କୋରାଭରା ପ୍ରସାଦ, ସଞ୍ଜୀବ ପୋଢ, ଅକ୍ଷୟ କର୍ଣ୍ଣ ଓ ଗୋକୁଳ ଭୋଇ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ। ସୁନିଲ ମିଶ୍ର ଏହାକୁ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦନ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ। ଅବସର ପ୍ରାପ୍ତ ଖେଳ ଶିକ୍ଷକ ଭୁବନେଶ୍ୱର ମହାକୁର କେମ୍ପୋରିର ଚିଫ ଥିବା ବେଳେ ବରିଷ୍ଠ ସ୍କାଉଟ୍ ମାଷ୍ଟର କିଶୋର ସାହୁ ଅତିରିକ୍ତ କ୍ୟାମ୍ପ ଚିଫ୍ ଦାୟିତ୍ଵ ତୁଲାଇଥିଲେ।

ଏଥିରେ ଜିଲ୍ଲା ଷ୍କାଉଟ୍ ଅର୍ଗାନାଇଯିଂ କମିଶନର ମନୋଜ ପ୍ରଧାନ, ଜିଲ୍ଲା ସ୍କlଉଟ୍ ତାଲିମ କମିଶନର ସୁଦର୍ଶନ ମହାକୁର, ଜିଲ୍ଲା ଗାଇଡ ଅର୍ଗାନାଇଯିଂ କମିଶନର କୌଶଲ୍ୟା ସାହୁ, ଜିଲ୍ଲା ଗାଇଡ ତାଲିମ କମିଶନର ଅନୁସୂୟା ଦେବତା, ପ୍ରତି ବ୍ଲକର ଖେଳ ସମ୍ପାଦକ, ଜର୍ଜ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଆଦିକନ୍ଦ ସାହୁ, ବିଶ୍ଵନାଥ ମେହେର, ସ୍କlଉଟ୍ ମାଷ୍ଟର ରମେଶ ସେଠ୍ ବ୍ଲକର ସମସ୍ତ ସ୍କlଉଟ୍ ମାଷ୍ଟର, ଗାଇଡ କେପ୍ଟେନ୍, ତଥା ଜନତା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories