www.samajalive.in
Sunday, December 7, 2025
18.1 C
Bhubaneswar

ପୋଲକୁ ନେଇ ଘନଉଛି ବିବାଦ; ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

ଦୋବଲ: ପୋଲକୁ ନେଇ ଘନଉଛି ବିବାଦ । ପ୍ରଶାସନର ପାତରଅନ୍ତର ଯୋଗୁ ଚିନ୍ତାରେ ରହିଛନ୍ତି ଗରିବ ଚାଷୀ । ଭଦ୍ରକ ଜିଲ୍ଲା ଆନନ୍ଦପୁରରେ ଦେଖିବାକୁ ମିଳିଛି ଏମିତି କିଛି । ଭଦ୍ରକ ଓ ଯାଜପୁର ଲୋକଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ସରକାର ଗାଁରେ ଏକ ପୋଲ ନିର୍ମାଣ କରିଥିଲେ । ହେଲେ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ରାସ୍ତାଟି ଅଧନ୍ତରିଆ ହୋଇ ପଡ଼ିରହିଛି ।

ସୂଚନା ମୁତାବକ ଆନ୍ଦପୁର ଠାରେ ଏକ ବିଜୁ ସେତୁ ନିର୍ମାଣ କରାଯାଇଥିଲା । ପରେ ପୋଲରେ ଆପ୍ରୋଚ ରୋଡ ସଂଯୋଗ ପାଇଁ ୪୦ ବର୍ଷର ପରିବା ହାଟକୁ ମଧ୍ୟ ଉଠାଯାଇଥିଲା । ଅଥଚ ବଡ଼ ବଡ଼ ଦୋକାନୀଙ୍କୁ ହଟାଗଲା ନାହିଁ । ଦୋକାନୀଙ୍କୁ ହଟାନଯିବା ଫଳରେ ରାସ୍ତାର ଦିଗ ପରିବର୍ତ୍ତନ କରାଗଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

- Advertisement -

ରାସ୍ତାର ଦିଗ ପରିବର୍ତ୍ତନ ଦ୍ୱାରା ଯାତାୟାତରେ ଅସୁବିଧା ହେଉଛି । ଦୁର୍ଘଟଣା ହେବାର ମଧ୍ୟ ସମ୍ଭାବନା ରହିଛି । ଫଳରେ ସ୍ଥାନୀୟ ଜନ ସାଧାରଣ ରାସ୍ତା ନିର୍ମାଣକୁ ବିରୋଧ କରିବା ସହ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ତାହା ଛଡ଼ା ଏହି ଅଞ୍ଚଳ ବନ୍ୟା ପ୍ଳାବିତ ଅଞ୍ଚଳ ହୋଇଥିବାରୁ  ଉତ୍ତମ ରାସ୍ତା ଖଣ୍ଡିଏ ପାଇଁ ଚିନ୍ତାରେ ଅଛନ୍ତି ଲୋକେ । ଏନେଇ ମଧ୍ୟ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି । ହେଲେ ଘଟଣାକୁ ନେଇ କୌଣସି ସୁଫଳ ମିଳିପାରିନାହିଁ ।  ତେବେ ଆଗାମୀ ଦିନରେ ଏହି ସମସ୍ୟାର ତୁରନ୍ତ ସମାଧାନ ନକରାଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଧାମନଗର ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି । ଦୋବଲରୁ ସଞ୍ଜୀବ ମହାନ୍ତିଙ୍କ ରିପୋର୍ଟ ସମାଜ ଲାଇଭ୍‌…

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories