www.samajalive.in
Tuesday, December 9, 2025
17.1 C
Bhubaneswar

ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ଘୋଷିତ

ନୂଆଦିଲ୍ଲୀ : ଜାତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ(ସିଏସ୍‍ଆଇଆର) ପ୍ରତିଷ୍ଠା ଦିବସ ଅବସରରେ ଚଳିତ ବର୍ଷ ପାଇଁ ‘ଶାନ୍ତିସ୍ୱରୂପ ଭଟ୍ଟନାଗର’ ପୁରସ୍କାର ଘୋଷଣା କରାଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ଉଦ୍ଦିଷ୍ଟ ଏହି ପୁରସ୍କାର ପ୍ରତିବର୍ଷ ଦେଶର ବିଭିନ୍ନ ବିଜ୍ଞାନ ଓ ବୈଷୟିକ ଗବେଷଣା ତଥା ଶିକ୍ଷା ପ୍ରତିଷ୍ଠାନରେ କାର୍ଯ୍ୟରତ ୪୫ବର୍ଷରୁ କମ ବୈଜ୍ଞାନିକମାନଙ୍କୁ ପ୍ରଦାନ କରାଯାଇଥାଏ। ଏହି ଅନୁସାରେ ଚଳିତ, ୨୦୧୮ ବର୍ଷ ପାଇଁ ମୋଟ ୫ଜଣ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି। ବାୟୋଲୋଜିକାଲ ସାଇନ୍ସ କ୍ଷେତ୍ରରେ ଡଃ ଗଣେଶ ନାଗରାଜୁ ଓ ଡଃ ଥୋମାସ ପୁକାଡିଲ, କେମିକାଲ ସାଇନ୍ସ କ୍ଷେତ୍ରରେ ଡଃ ରାହୁଲ ବାନାର୍ଜୀ ଓ ଡଃ ସ୍ୱାଧୀନ କୁମାର ମଣ୍ଡଳ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଆର୍ଥ, ଆଟମୋସ୍‍ôଫିୟର, ଓସେନ୍‍ ଏଣ୍ଡ ପ୍ଲାନେଟରୀ ସାଇନ୍ସ କ୍ଷେତ୍ରରେ ଡଃ ମାଡିନେନି ଭେଙ୍କଟ ରତ୍ନମ୍‍ ଓ ଡଃ ପାର୍ଥସାରଥୀ ଚକ୍ରବର୍ତ୍ତୀ, ଇଞ୍ଜନିୟରିଂ ସାଇନ୍ସ କ୍ଷେତ୍ରରେ ଡଃ ଅମିତ ଅଗ୍ରୱାଲ ଓ ଡଃ ଅଶ୍ୱିନ ଅନୀଲ ଗୁମାସ୍ତେ, ମାଥ୍‍ମେଟିକାଲ ସାଇନ୍ସ କ୍ଷେତ୍ରରେ ଡଃ ଅମିତ କୁମାର ଓ ଡଃ ନୀତିନ୍‍ ସାକ୍ସେନା, ମେଡିକାଲ ସାଇନ୍ସ କ୍ଷେତ୍ରରେ ଡଃ ଗଣେଶ ଭେଙ୍କଟ ସୁବ୍ରମଣ୍ୟନ୍‍ ଏବଂ ଫିଜିକାଲ ସାଇନ୍ସ କ୍ଷେତ୍ରରେ ଡଃ ଅଦିତି ସେନ୍‍ ଦେ ଓ ଡଃ ଅମ୍ବରୀଶ ଘୋଷ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‍ସି ଓ ବିଭିନ୍ନ ଆଇଆଇଟି ସହିତ ଆଇଜର ଓ ନାଇଜରର ଗବେଷକ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories