www.samajalive.in
Tuesday, December 9, 2025
17.1 C
Bhubaneswar

ରାଜଧାନୀରେ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ଦାମ୍‌  

ନୂଆଦିଲ୍ଲୀ: ରାଜଧାନୀରେ କମିଲା ସୁନା ରୁପା ଦର । ଗତକାଲି ରାଜଧାନୀ ନୂଆଦିଲ୍ଲୀରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ୧୦ ଗ୍ରାମ ସୁନା ପ୍ରତି ୪୩୭ ଟଙ୍କା ହ୍ରାସ ପାଇ ସୁନାର ଦାମ୍‌ ୫୧,୧୫୧ ଟଙ୍କା ରହିଛି । ପୂର୍ବରୁ ୧୦ ଗ୍ରାମ୍‌ ସୁନା ପ୍ରତି ୫୧,୫୮୮ ଟଙ୍କା ରହିଥିଲା । ସେହିପରି ରୁପା ମୂଲ୍ୟ ମଧ୍ୟ କିଲୋଗ୍ରାମ୍‌ ପ୍ରତି ୭୨୨ଟଙ୍କା ହ୍ରାସ ପାଇଛି । ରୁପା କିଲୋଗ୍ରମ୍‌ ପ୍ରତି ମୂଲ୍ୟ ରହିଛି ୬୭,୫୧୫ ଟଙ୍କା ।

ସୂଚନା ମୁତାବକ ଗତକାଲି ୪ର୍ଥ ଥର ପାଇଁ ସୁନା ରୁପା ଦାମ୍‌ ହ୍ରାସ ପାଇଥିଲା । ଅର୍ଥାତ୍‌ ପୂର୍ବରୁ ଦିଲ୍ଲୀ ବଜାରରେ ୩ଥର କମିଥିଲା ସୁନା ଦର । ଏନେଇ ଏଚଡିଏଫସି ସିକ୍ୟୁରିଟି ସିନିୟର ଆନାଲିଷ୍ଟ ତପନ ପଟେଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସୁନା ମୂଲ୍ୟ ୧,୯୧୮ ଡଲାରରୁ କମ୍‌ ହୋଇ ୦.୨୫% ହ୍ରାସ ପାଇଛି । ରୁପା ମଧ୍ୟ ୨୪.୮୦ ଡଲାରରେ କାରବାର ହେଉଛି ।

- Advertisement -

ତେବେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଆପଣ ଘରେ ବସି ସୁନାର ମୂଲ୍ୟ ସହ ସମସ୍ତ ତଥ୍ୟ ପାଇପାରିବେ । ଏଥି ପାଇଁ କେବଳ ଆପଣଙ୍କୁ ୮୯୫୫୬୬୪୪୩୩ ନଂରେ ଏକ ମିସ୍‌ କଲ୍‌ କରିବାକୁ ହେବ । ମିସ୍‌ କଲ୍‌ କରିବା ଦ୍ବାରା ଆପଣ ଆପଣଙ୍କ ଫୋନରେ ଏକ ମେସେଜ ପାଇପାରିବେ । ଯାହା ଦ୍ବାରା ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories