www.samajalive.in
Tuesday, December 9, 2025
15.1 C
Bhubaneswar

 ଅନୁରାଧା ପୋଡ଼ୱାଲଙ୍କୁ ଠକି ଦେଲେ ଠିକାଦାର

ମୁମ୍ବାଇ : ପ୍ରସିଦ୍ଧ  ଗାୟିକା ଅନୁରାଧା ପୋଡ଼ୱାଲଙ୍କୁ କିଛି ଠିକାଦାର ଠକି ଦେଇଥିବା ଅଭିଯୋଗ ହୋଇଛି । ସେ  ଏକ ଫ୍ଲାଟ କିଣିବା ପାଇଁ ଠିକାଦାର ତଥା  ବିଲଡରମାନଙ୍କୁ  ଟଙ୍କା ଦେଇଥିଲେ। ମାତ୍ର ଏହି ଫ୍ଲାଟକୁ ଏହି ଠିକାଦାରମାନେ ଅନେକ ଲୋକଙ୍କୁ ବିକି ଦେଇଥିବା ସେ  ପରେ ଜାଣିବାକୁ ପାଇଥିଲେ ।

ରାଜୁ ସୁଲେରେ ଓ ଅବିନାଶ ଧୋଲେ ନାମକ ଦୁଇଜଣ ବିଲଡରଙ୍କ ସହ ଆଉ ୫ ଜଣ ମିଶି ଅନୁରାଧା ପୋଡ଼ୱାଲଙ୍କ ସହ ଅନକ ଲୋକଙ୍କୁ ଗୋଟିଏ ଫ୍ଲାଟ ବିକ୍ରି କରି ଦେଇଥିଲେ । ଥାନାରେ ଅଭିଯୋଗ ହେବାପରେ ସମସ୍ତ  ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଅର୍ନାଲା ବେଳାଭୂମି ନିକଟରେ ବହୁତ ଶସ୍ତାରେ ଫ୍ଲାଟ ନିର୍ମାଣ କରି  ବିକ୍ରି କରାଯିବା ବୋଲି ଏହି ଲୋକମାନେ ବିଜ୍ଞାପନ ଦେବା ସହ ଅନେକ ନିବେଶକଙ୍କଠାରୁ ଟଙ୍କା ଠକି ନେଇଥିଲେ । ଏହାପରେ ନକଲି କାଗଜ ପତ୍ର ତିଆରି କରି ଗୋଟିଏ ଫ୍ଲାଟକୁ ଅନେକ ଲୋକଙ୍କୁ  ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଏବେ ମାମଲା ରୁଜୁ କରୁ ତଦନ୍ତ ଆରମ୍ଭ କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories