www.samajalive.in
Wednesday, December 10, 2025
15.1 C
Bhubaneswar

ଗତ ୪ ବର୍ଷରେ ମହିଳା ପାଇଲଟ୍‍ ସଂଖ୍ୟା ଦୁଇ ଗୁଣା ବଢ଼ିଛି

ନୂଆଦିଲ୍ଳୀ: ଗତ ୪ ବର୍ଷ ମଧ୍ୟରେ ଭାରତରେ ମହିଳା ପାଇଲଟ୍‍ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇ ୧୦୯୨ରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାର ଇଣ୍ଡିଆରେ ସର୍ବାଧିକ ମହିଳା ପାଇଲଟ ଅଛନ୍ତି। ଏୟାର ଇଣ୍ଡିଆର ମୋଟ ପାଇଲଟ୍‍ ସଂଖ୍ୟା ୮,୭୯୭ ଥିବା ବେଳେ ସେଥିମଧ୍ୟରୁ ୧୨.୪% ଅର୍ଥାତ୍‍ ୧,୦୯୨ ଜଣ ମହିଳା ପାଇଲଟ୍‍ ଅଛନ୍ତି।
୨୦୧୪ରେ ଭାରତର ମୋଟ ପାଇଲଟ୍‍ ସଂଖ୍‍୍ୟା ୫,୦୫୦ ଥିବା ବେଳେ ସେଥିମଧ୍ୟରୁ ମହିଳା ପାଇଲଟ୍‍ ସଂଖ୍ୟା ଥିଲା ୫୮୬। କିନ୍ତୁ ୪ ବର୍ଷ ମଧ୍ୟରେ ଏହି ସଂଖ୍ୟା ପାଖାପାଖି ଦୁଇ ଗୁଣା ବଢ଼ିଛି। କେବଳ ସେତିକି ନୁହେଁ ବିଶ୍ୱସ୍ତରରେ ମଧ୍ୟ ଭାରତୀୟ ମହିଳା ପାଇଲଟ୍‍ ସଂଖ୍ୟା ସର୍ବାଧିକ। ଆନ୍ତର୍ଜାତିକ ମହିଳା ପାଇଲଟ୍‍ ସୋସାଇଟିର ତଥ୍ୟାନୁଯାୟୀ ବିଶ୍ୱସ୍ତରରେ ମୋଟ ପାଇଲଟ୍‍ଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ମାତ୍ର ୫% ଥିôବା ବେଳେ ଭାରତରେ ମହିଳା ପାଇଲଟ ସଂଖ୍ୟା ପ୍ରାୟ ଅଢ଼େଇଗୁଣ ଅଧିକ।
ଗତ ମାସରେ ମୁମ୍ବଇ ଏୟାରପୋର୍ଟରେ ଜଣେ ମହିଳା ପାଇଲଟ୍‍ ବିମାନ ଅବତରଣ କରିଥିଲେ। ଏହା ତାଙ୍କ ପାଇଁ ଯେତିକି ସ୍ମରଣୀୟ ଥିଲା ଭାରତୀୟ ବିମାନ ଚଳାଚଳ ଇତିହାସ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା। ସେହି ବିମାନରେ ସମ୍ପୃକ୍ତ ମହିଳା ପାଇଲଟ୍‍ଙ୍କ ମା’ ପୂଜା ଚିଚାଙ୍କରଙ୍କ ଏୟାରହଷ୍ଟେସ୍‍ ଭାବେ ଚାକିରିର ଶେଷ ଦିନ ଥିଲା।
ପୂଜାଙ୍କ କହିବା ଅନୁଯାୟୀ ୧୯୮୦ରେ ସେ ଚାକରି ଆରମ୍ଭ କରିବା ବେଳେ ଭାରତରେ ମାତ୍ର ଦୁଇ ଜଣ ମହିଳା ପାଇଲଟ୍‍ ଥିଲେ। ସେଥିମଧ୍ୟରୁ ଜଣେ ଥିଲେ କମାଣ୍ଡର ସୌଦାମିନି ଦେଶମୁଖ। ତେଣୁ ସେ ତାଙ୍କ ଝିଅକୁ ପାଇଲଟ୍‍ କରିବା ପାଇଁ ଇଚ୍ଛା କରିଥିଲେ। ଆଉ ତାଙ୍କର ସେହି ସ୍ୱପ୍ନ ପୂରଣ ହୋଇଥିଲା। ତାଙ୍କ ଚାକିରିର ଶେଷ ଦିନ ସେ ତାଙ୍କ ଝିଅ ଚଲାଉଥିବା ବିମାନରେ ହିଁ କାଟିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories