ନୂଆଦିଲ୍ଲୀ: ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପୁରୀର ରାହୁଲ ମହାରଣାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାହୁଲଙ୍କ କାର୍ଯ୍ୟକୁ ନେଇ ଭୁରିଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ଓଡ଼ିଶାର ପୁରୀ ନିବାସୀ ହେଉଛନ୍ତି ରାହୁଲ ମହାରଣା । ରାହୁଲ ପ୍ରତି ରବିବାର ଦିନ ସକାଳୁ ସକାଳୁ ପୁରୀର ତୀର୍ଥସ୍ଥଳ ଗୁଡ଼ିକୁ ଯାଇ ସେ ଠାରେ ପଡ଼ିଥିବା ପ୍ଲାଷ୍ଟିକ୍ ଅଳିଆ ଗୁଡ଼ିକୁ ସଫାକରନ୍ତି । ଏଯାବତ୍ ସେ ଶହ ଶହ କିଲୋ ପ୍ଲାଷ୍ଟିକ ଆବର୍ଜନା ସଫା କରିସାରିଲେଣି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କୁ ପ୍ରଶଂସା କରିଛନ୍ତି । ତାହା ସହ ପ୍ରଧାନମନ୍ତ୍ରୀ ମୋଦୀ ଆୟେୁର୍ବେଦିକ୍ ଔଷଧ ଷ୍ଟାର୍ଟଅପ୍, ଯୋଗ ଏବଂ ସ୍ବାସ୍ଥ୍ୟ ସେବା ବାବଦରେ ମଧ୍ୟ ଆଲୋଚନା କରିଥିଲେ। ଜଳ ସଂକଟକ ରୋକିବା ଏବଂ ସ୍ବଚ୍ଛତାକୁ ବଜାୟ ରଖିବାକୁ କହିଥିଲେ। ଏହି ଅବସରରେ ସ୍ବଚ୍ଛତାକୁ ନେଇ ସେ ତାଙ୍କ ମନ୍କୀ ବାତରେ ପୁରୀର ରାହୁଲ ମହାରଣାଙ୍କ କଥା ଉଠାଇଥିଲେ।
’ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପୁରୀର ରାହୁଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Popular Categories



