www.samajalive.in
Sunday, December 7, 2025
14.1 C
Bhubaneswar

ବ୍ୟବହାର କରୁଛନ୍ତିକି ଡେବିଟ୍‌ କ୍ରେଡିଟ୍‌ କାର୍ଡ ? ୬ ସେକେଣ୍ଡରେ ହୋଇପାରେ ଆକାଉଣ୍ଟ ଖାଲି

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ଡିଜିଟାଲ କାରବାର । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବର୍ତ୍ତମାନ ଟଙ୍କା ଦେଣନେଣ ଡିଜିଟାଲ ମାଧ୍ୟମରେ କରୁଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଉଛି ଡିଜିଟାଲ ନେଣଦେଣକୁ ନେଇ ସକ୍ରିୟ ହେଲେଣି ସାଇବର ଅପରାଧୀ । ଅନକେ ସମୟରେ ସାଧାରଣ ଲୋକ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୪୦ଟି ଦେଶରେ ଏନେଇ ବିଚାରବିମର୍ଶ ହେଉଛି । ୪ ଲକ୍ଷ ପେମେଣ୍ଟ କାର୍ଡକୁ ନେଇ ଏ ସମ୍ପର୍କରେ ଅଧ୍ୟୟନ କରାଯାଉଛି । ଏହି ଅଧ୍ୟୟନରେ କୁହାଯାଉଛିକି ସାଇବର ଅପରାଧୀମାନେ କାର୍ଡର ନମ୍ବର ସହ ସିଭିଭି ଅନୁମାନ କରିବାକୁ ଚେଷ୍ଟା କରୁଛନ୍ତି । କାର୍ଡ ସମ୍ପର୍କୀୟ ସମସ୍ତ ତଥ୍ୟ ସେମାନଙ୍କର ହସ୍ତଗତ ହେବା ପରେ ମାତ୍ର ୬ ସେକେଣ୍ଡରେ ଆପଣଙ୍କ କାର୍ଡକୁ ହ୍ୟାକ୍‌ କରେବାକୁ ସକ୍ଷମ ହେଉଛନ୍ତି ସାଇବର ଅପରାଧୀ ।

ତେବେ ଆପଣ ଏହି ହ୍ୟାକରୁ କିପରି ଦୂରେଇ ରହିପାରିବେ । ନିଜର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ସୁରକ୍ଷା ପ୍ରତି ପଦକ୍ଷେପ କିଭଳି ନେଇପାରିବେ ଆସନ୍ତୁ ଜାଣିବା ।

- Advertisement -

ଆପଣ ବ୍ୟବହାର କରୁଥିବା କୌଣସି କାର୍ଡ ପ୍ରତି ଯଦି ଆପଣଙ୍କର କିଛି ସନ୍ଦେହ ହୁଏ । ତେବେ ଆପଣ ବ୍ୟବହାର କରିଥିବା ମାସିକ ସମସ୍ତ ତଥ୍ୟ ଯାଞ୍ଚ ଉଚିତ୍‌ । ତାହା ସହ ବ୍ୟାଙ୍କ ଆପଣଙ୍କୁ ଦେଇଥିବା ସମସ୍ତ ବିଜ୍ଞପ୍ତିକୁ ନଜର ଦେବା ସହ ତାହାର ଉତ୍ତର ନିଶ୍ଚୟ ଦିଅନ୍ତୁ । ଆପଣ ଯେଉଁ କାର୍ଡଟି ନିତ୍ୟ ବ୍ୟବହାର କରୁଛନ୍ତି ସେହି କାର୍ଡରେ ଅଳ୍ପ ପରିମାଣର ଟଙ୍କା ରଖନ୍ତୁ । ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟ  ରଖିବା ନିହାତି ଆବଶ୍ୟକ ।

ଏହି ଘଟଣାକୁ ନେଇ ଆରବିଆଇ ନିକଟରେ କିଛି ତଥ୍ୟ ପ୍ରକାଶ କରିଥିଲା । ଆରବିଆଇ କହିଥିଲା ଏହି ସମସ୍ତ ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ପଦକ୍ଷେପ ନିଆଯାଉଛି । ତାହା ସହ ଆରବିଆଇ ସ୍ପଷ୍ଟ କରିଛି ଫୋନ୍‌ ମାଧ୍ୟମରେ କୌଣସି ଲୋନ୍‌ କିମ୍ବା ଟଙ୍କା ନେଣଦେଣ ଉପରେ ବିଶ୍ବାସ କରେନ୍ତୁ ନାହିଁ ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories