www.samajalive.in
Sunday, December 7, 2025
26.1 C
Bhubaneswar

ସଙ୍କଟରେ ଶ୍ରୀଲଙ୍କା: ମିଳୁନାହିଁ ଖାଦ୍ୟସାମଗ୍ରୀ, ଚାଉଳ କିଲୋ ଟପିଲା ୨୯୦ଟଙ୍କା

ନୂଆଦିଲ୍ଲୀ: ଅଭାବୀ ଭିତରେ ସୁନାର ଲଙ୍କା । ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ଅର୍ଥନୈତିକ ସଂକଟ ଦେଖାଦେଇଛି । ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି । ଶ୍ରୀଲଙ୍କର ଜନସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ବଜାରରେ ବିଭିନ୍ନ ନିତ୍ୟ ଆବଶ୍ୟକ ସାମଗ୍ରୀର ଦାମ୍ ହୁହୁ ହୋଇ ବଢ଼ିଚାଲିଛି । ଯାହା ଫଳରେ ଶ୍ରୀଲଙ୍କାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତିରେ କିଛି ଅସୁବିଧା ଦେଖା ଦେଇଥିଲା । ଯାହା ଏବେ ବଡ଼ ଧରଣରୁ ବିପଦକୁ ଟାଣି ଆଣିଛି । ବଜାରର ଦାମ୍ ଅଣାୟତ୍ତ ହୋଇପଡ଼ିଛି । କ୍ଷୀର, ପାଉଁରୁଟି, ଚିନି, ଚାଉଳ ଭଳି ଦୈନନ୍ଦିନ ଜିନିଷର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

ପେଟ୍ରୋଲ ଓ ଡିଜେଲ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ଶ୍ରୀଲଙ୍କାରେ ଏପରି ସମସ୍ୟାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି । ଲୋକ ମାନେ ସରକାରଙ୍କୁ ତୀବ୍ର ବିରୋଧ କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅପିଲ ମଧ୍ୟ କରୁଛନ୍ତି । ଅନ୍ୟପଟେ ଲୋକଙ୍କ ସମାଗମକୁ ଦେଖି ସରକାର ଗ୍ୟାସ ଷ୍ଟେସନରେ ସାମରିକ ନିୟୋଜିତ କରିଛନ୍ତି ।

- Advertisement -

ଶ୍ରୀଲଙ୍କା ତାର ଅଧିକାଂଶ ସାମଗ୍ରୀ ଅନ୍ୟ ଦେଶଠାରୁ ଆମଦାନୀ କରିଥିାଏ । ନିତ୍ୟବ୍ୟବାହ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ଜିନିଷ ଅନ୍ୟ ଦେଶଠାରୁ ଆଣିଥାଏ ଶ୍ରୀଲଙ୍କା । ସବୁଠାରୁ ବଡ଼ କଥା ହେଉଛି ତେଲ ଓ ଔଷଧ ମଧ୍ୟ ଅନ୍ୟଠାରୁ ମଗାଇଥାଏ ଶ୍ରୀଲଙ୍କା । ଗତ ବର୍ଷ ଡିସେମ୍ବରରେ ଶ୍ରୀଲଙ୍କା ସରକାର ପେଟ୍ରୋଲିୟମ ଦ୍ରବ୍ୟର ଅଂଶ ୨୦ ପ୍ରତିଶତ ଆମଦାନୀ କରିଥିଲେ । ଯାହାକି ଶ୍ରୀଲଙ୍କାରେ କମ୍ ରହିଥିଲା । ହି କାରଣରୁ ସେଠାରେ ଅତ୍ୟାବଶ୍ୟକ ଜିନିଷର ଅଭାବ ଦେଖାଦେଇଛି । ତେଣୁ ନିତ୍ୟବ୍ୟବହାର ସାମଗ୍ରୀର ଦାମ୍ ଆକାଶ ଛୁଆଁ ହୋଇଛି ।
ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାରେ ଖାଦ୍ୟର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି । ରେଷ୍ଟୁରାଣ୍ଟରେ ଗୋଟିଏ କପ୍ ଚା’ର ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି । ଖାଲି ସେତିକି ନୁହେଁ ଚାଉଳ କିଲୋ ପ୍ରତି ଦାମ୍ ୨୯୦ ରହିଥିବା ବେଳେ, ଚିନି କିଲୋଗ୍ରାମ ମଧ୍ୟ ୨୯୦ ଟଙ୍କା ରହିଛି । ୪୦୦ ଗ୍ରାମ କ୍ଷୀର ପାଉଡର ପାଇଁ ୭୯୦ ଟଙ୍କା ଶ୍ରୀଲଙ୍କା ବାସୀଙ୍କୁ ଦେବାକୁ ପଡ଼ୁଛି । ଅଶୋଧିତ ମୂଲ୍ୟ ବୃଦ୍ଧି ଏବଂ ପର୍ଯ୍ୟଟନ ଆୟ ହ୍ରାସ ହେତୁ ଶ୍ରୀଲଙ୍କାର ଅର୍ଥନୀତି ଉପରେ ଏପରି ଏକ ବଡ଼ ସଙ୍କଟ ଦେଖା ଦେଇଛି । ଯାହା ଫଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶ୍ରୀଲଙ୍କା । ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ୧୫ ପ୍ରତିଶତରେ ପହଞ୍ଚିଛି । ଅର୍ଥନୀତିର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories