www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ଆସିବ ପୌର ଫଳାଫଳ, କିଏ ପିନ୍ଧିବ ମହାନଗର ମୁକୁଟ ?

ଭୁବନେଶ୍ବର: ଆଜି ଆସିବ ପୌର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନର ଭୋଟ୍‌ ଗଣତି । ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳର ଫଳାଫଳ ଆଜି ଆସିବ । କେବଳ ଧାମନଗରରେ ଆଜି ଭୋଟ୍‌ ଗଣତି ହେଉନାହିଁ । ଇଭିଏମ୍‌ ତ୍ରୁଟି ଓ କିଛି ଅଞ୍ଚଳରେ ଉତ୍ତେଜନା କାରଣରୁ ଭୋଟ୍‌ ଗଣତି ସ୍ଥଗିତ ରଖାଯାଇଛି । ରାଜ୍ୟର ୬ଟି ଓ୍ବାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଗଣତି ହୋଇପାରିବ ନାହିଁ । ଅନ୍ୟପଟେ ଭୋଟ୍‌ ଗଣତିକୁ ନେଇ ସବୁଠି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ଭୋଟ୍ଗଣତି ପାଇଁ ୨ଟି ଟେବୁଲର ବ୍ୟବସ୍ଥା କରାଯାଇଥିବା ବେଳେ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର ଜଣେ ସହକାରୀ ନିୟୋଜିତ ରହିଛନ୍ତି ତାହା ସହ ଗଣତି କେନ୍ଦ୍ର ଗୁଡ଼ିକରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories