www.samajalive.in
Sunday, December 7, 2025
26.1 C
Bhubaneswar

କ୍ରିକେଟ୍‍ରେ ଅଧିନାୟକଙ୍କ ଭୂମିକା ପ୍ରଶିକ୍ଷକଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ: ଗାଙ୍ଗୁଲି

ପୁଣେ : କ୍ରିକେଟ୍‍ରେ ଦଳର ପ୍ରଶିକ୍ଷକଙ୍କ ଠାରୁ ଅଧିନାୟକଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗାଙ୍ଗୁଲି କହିଥିଲେ ମ୍ୟାଚ୍‍ ଖେଳାଯାଉଥିବା ସମୟରେ ପ୍ରଶିକ୍ଷକଙ୍କ ଠାରୁ ଅଧିନାୟକଙ୍କ ଭୂମିକା ଅଧିକ ମହତ୍ତ୍ୱ ବହନ କରୁଛି। ମ୍ୟାଚ୍‍ରେ କେଉଁ ରଣନୀତି ଆପଣାଇବାକୁ ହେବ ତାହା ଅଧିନାୟକଙ୍କ ଉପରେ ନିର୍ଭର କରିଥାଏ। ଅଧିନାୟକଙ୍କ କାମରେ ପ୍ରଶିକ୍ଷକ ହସ୍ତକ୍ଷେପ କରିବା ଅନୁଚିତ୍‍।
ଗାଙ୍ଗୁଲି ଆହୁରି କହିଛନ୍ତି କେତେକ ପ୍ରଶିକ୍ଷକ ଫୁଟବଲ ଦଳ ଭଳି କ୍ରିକେଟ୍‍ ଦଳକୁ ପରିଚାଳିତ କରିବାକୁ ଚାହୁଁଛନ୍ତି। ତେବେ ଫୁଟବଲ ଓ କ୍ରିକେଟ୍‍ ସମାନ ନୁହେଁ ବୋଲି ସେମାନଙ୍କୁ ମନେ ରଖିବାକୁ ପଡ଼ିବ। କ୍ରିକେଟ୍‍ ମ୍ୟାଚ୍‍ ଚାଲିଥିବା ସମୟରେ ନିଷ୍ପତ୍ତି ନେବା ଅଧିକାର କେବଳ ଅଧିନାୟକଙ୍କ ରହିଛି। ପ୍ରଶିକ୍ଷକ ଏଥିରେ ମୁଣ୍ଡ ଖେଳାଇବା ଅନାବଶ୍ୟକ। ଜଣେ ପ୍ରଶିକ୍ଷକଙ୍କର କ’ଣ ସବୁ ଗୁଣ ରହିବା ଉଚିତ୍‍ ବୋଲି ଏକ ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲି କହିଥିଲେ ଖେଳାଳିଙ୍କ ଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଦାୟ କରିପାରୁଥିବା ବ୍ୟକ୍ତି ହିଁ ଶ୍ରେଷ୍ଠ ପ୍ରଶିକ୍ଷକ। ତେବେ ବିଶ୍ୱସ୍ତରରେ ଏପରି ବହୁତ କମ୍‍ ପ୍ରଶିକ୍ଷକ ଥିବା ସେ ମତ ଦେଇଛନ୍ତି। ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ବୀରେନ୍ଦ୍ର ସେହ୍ୱାଗ, ଜାହିର ଖାନ୍‍ ଓ ହରଭଜନ ସିଂହଙ୍କ ପରି ତାରକା ଖେଳାଳିଙ୍କ ସହ ଖେଳିଥିବାରୁ ସେ ନିଜକୁ ଭାଗ୍ୟବାନ୍‍ ମନେ କରୁଥିବା ଗାଙ୍ଗୁଲି କହିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories