www.samajalive.in
Sunday, December 7, 2025
14.1 C
Bhubaneswar

ମିଳିତ ଜାତିସଂଘରେ ଭାରତର ଭୂୟସୀ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ମିଳିତ ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଭାରତର ଭୂୟସୀ ପ୍ରଶଂସା କରିଛନ୍ତି। ଟ୍ରମ୍ପ ନିଜ ଭାଷଣରେ କହିଛନ୍ତି ଯେ ଭାରତ ଏକ ମୁକ୍ତ ସମାଜ ଅଟେ। ଭାରତ ସଫଳତାର ସହ ନିୟୁତାଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାରକୁ ଆଣି ପାରିଛି। ଗରିବୀ ହଟାଇବାରେ ଭାରତର କାର୍ଯ୍ୟ ପ୍ରଶଂସନୀୟ। ନିଜ ଉଦ୍‍ବୋଧନରେ ଟ୍ରମ୍ପ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ଙ୍କ ସହ ତାଙ୍କ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଥିଲେ ଓ ଏହା ଏକ ସଫଳ ଆଲୋଚନା ଥିଲା ବୋଲି କହିଥିଲେ। ଏବେ ଉତ୍ତର କୋରିଆରୁ କୌଣସି କ୍ଷେପଣାସ୍ତ୍ର ନିକ୍ଷେପର ଖବର ଆସୁନାହିଁ କି ସେ ନିଜ ପଡୋଶୀଙ୍କୁ ଆଉ ଧମକ ଦେଉନାହିଁ। ସେହିପରି ଟ୍ରମ୍ପ ଆମେରିକାଠାରୁ ଆର୍ଥିକ ସହାୟତା ନେଉଥିବା ପାକିସ୍ତାନ ଭଳି ଦେଶଗୁଡ଼ିକୁ ଚେତାବନୀ ଦେଇଥିଲେ। ଆମେରିକାକୁ ସମ୍ମାନ ନ ଦେଲେ ଆଉ ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ ବୋଲି ଟ୍ରମ୍ପ ଚେତାଇ ଦେଇଥିଲେ। ଇରାନ ଉପରେ କଟକଣା ଲଗାଇବା ପରେ ଟ୍ରମ୍ପ ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶ ସମୂହ (ଓପିଇସି)କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ। ହେଲେ ଓପିଇସି ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନଥିଲା। ଟ୍ରମ୍ପ ଏହି କଥା ଉଲ୍ଲେଖ କରି ସବୁଥର ପରି ଓପିଇସି ଦୁନିଆର ଅନ୍ୟ ଦେଶଗୁଡ଼ିକ ପ୍ରତି ହତାଦର କରୁଛି ବୋଲି କହିଥିଲେ। ଇରାନକୁ ଅରାଜକତା, ମୃତ୍ୟୁ ଓ ବିନାଶର ଦେଶ ବୋଲି ଟ୍ରମ୍ପ କହିବା ସହ ଏକ ଘରିଆ କରିଦେବା ପାଇଁ ଆହ୍ୱାନ ଦେଇଥିଲେ। ସବୁ ଦେଶର ଲୋକେ ନିଜ ପରମ୍ପରା, ସଂସ୍କୃତି ଓ ରୀତିନୀତି ପାଳନ ପାଇଁ ସମ୍ପୂର୍ଣ୍ଣ ମୁକ୍ତ। ସେମାନେ କାହାକୁ ପୂଜା କରିବ ଓ କେମିତ ବଞ୍ଚିବେ ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ଆମେରିକା ଏଥିରେ କିଛି କହିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ କି ସୋମବାରଠାରୁ ଏହି ଅଧିବେଶନ ଆରମ୍ଭ ହୋଇଛି ଓ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏଥିରେ ପ୍ରତିନିଧିତ୍ୱ କରୁଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories