www.samajalive.in
Monday, December 8, 2025
14.1 C
Bhubaneswar

ଜଙ୍ଗଲ ଜମିରୁ ବେଆଇନ ମୋରମ ଚାଲାଣ : ୬ ଗାଡି ଜବତ କଲା ରାଜସ୍ବ ବିଭାଗ

ମୋହନା : ରାଜସ୍ୱ ବିଭାଗର ବିନା ଅନୁମତିରେ ଦିନ ଦ୍ୱିପହରେ ପୁଣି ସରକାରୀ ଜଙ୍ଗଲ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ମୋରମ ଚୋରା ଚାଲାଣ ହେଉଥିଲା। ଜେସିବି ଲଗାଇ ମୋରମ୍ ମାଟି ଖୋଳି ୬ଟି ଟ୍ରାକ୍ଟର ସାହାଯ୍ୟରେ ମୋରମ୍ ଚୋରାଚାଲାଣ ବେଳେ ରାଜସ୍ବ ବିଭାଗ ୬ଟି ଟ୍ରାକ୍ଟର ସହ ଗୋଟିଏ ଜେସିବିକୁ ଜବତ କରିଛି ।ଏଭଳି ଘଟଣା ଗଜପତି ଜିଲ୍ଲା ମୋହନା ତହସିଲ ଅନ୍ତର୍ଗତ ଚନ୍ଦ୍ରଗିରି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧିନରେ ଥିବା ଚନ୍ଦ୍ରଗିରି ମୌଜାର ଖାତା ନଂ ୩୩୬ ପ୍ଲଟ୍ ନଂ ୧୦୫୧ ଜଙ୍ଗଲ କିସମ ଜମିରୁ କିଛି ଦିନ ହେବ ମାଫିଆ ମାନେ ଦିନ ଦ୍ଵିପହରେ ବେଆଇନ୍ ଭାବେ ମୋରମ୍ ମାଟି ଖୋଳି ଚାଲାଣ କରୁଥିଲେ । ତେବେ କୌଣସି ସୁତ୍ରରୁ ଖବର ପାଇ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସ ୬ଟି ଟ୍ରାକ୍ଟର ସମେତ ଗୋଟିଏ ଜେସିବି ମେସିନକୁ ଜବତ କରି ଡ୍ରାଇଭର ମାନଙ୍କୁ ପଚରାଉଚରା କରିଛନ୍ତି।
ରାଜସ୍ବ ବିଭାଗକୁ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଅବଲମ୍ବନ କରି ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଆସୁଥିବା ବେଳେ,  ମୋହନା ଅଞ୍ଚଳରେଏବେ ମାଟି ହେଉକି ଜମି ଅବା ଜଙ୍ଗଲ ମାଫିଆଙ୍କ ରାଜୁତି ଚାଲିଛି। ଏନେଇ ମୋହନା ତହସିଲଦାର କହିଛନ୍ତି ଏହି ଚଢଉକୁ ଆହୁରି ବ୍ୟାପକ କରାଯିବ। ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାଲିକମାନଙ୍କ ଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସେ କହିଛନ୍ତି। ଜଙ୍ଗଲ ଜମିକୁ ଖନନ କରାଯାଇ ଜଣଙ୍କ ବ୍ୟକ୍ତିଗତ ଜମିକୁ ଏହି ମୋରମ୍ ଚୋରା ଚାଲାଣ ହେଉଥିଲା।
କେବଳ ରାଜସ୍ବ ଆଦାୟ କରି ରାଜସ୍ବ ବିଭାଗ ଏବେ ଚୁପ୍ ବସିବ ନା ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ? ସରକାରଙ୍କ ଅଧିନରେଥିବା କୋଟି କୋଟି ଟଙ୍କାର ମୂଲ୍ୟର ମୂଲ୍ୟବାନ ଜମି ଏବେ ମାଫିଆଙ୍କ କବଜାରେ ରହିଥିବା ଶୁଣିବାକୁ ମିଳୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories