ବଡ଼ସାହି : ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୧୭-୧୮ ପାଇଁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ କପ୍ତିପଦା ପିଡିଡିଆରଡିଏ ବିଧାନ ଚନ୍ଦ୍ର ରାଏ ଯୋଗଦେଇ ଏମ୍ଜିଏନ୍ଆରଜିଏ କାମର ସଫଳତା ପାଇଁ ସାମଗ୍ରିକ ସହଯୋଗର ଆବଶ୍ୟକତା ଜରୁରୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅର୍ନ୍ତଯ୍ୟାମୀ ବେହେରା, ସହକାରୀଯନ୍ତ୍ରୀ ବେଣୁଧର ସାହୁ ଓ ଏପିଓ ମନସ୍ୱିନୀ ବେହେରା ପ୍ରମୁଖ ଉପସ୍ଥିତ ରହି ଯୋଜନାର ସଫଳତା ଓ ଆପତ୍ତିି ଅଭିଯୋଗର ଶୁଣାଣୀ କରିଥିଲେ। ଶିବିର ପ୍ରାରମ୍ଭରେ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଦେବା ସହିତ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ୩୦ଟି ପଞ୍ଚାୟତର ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ଯୋଜନାର ରୂପରେଖ ସମ୍ପର୍କରେ ଶିବିରରେ ସୂଚନା ପ୍ରଦାନ କରାଯାଇଥିଲା। ଏମ୍ଜିଏନ୍ଆର୍ଇଜିଏସ୍ ଜରିଆରେ ମୋଟ ୨୪୧ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ୭୪ଟି ପ୍ରକଳ୍ପ ଶେଷ ହୋଇଛି। ୨୪ ହଜାର୨୨୩ଟି ପଞ୍ଜିକୃତ ପରିବାର ମଧ୍ୟରୁ କାର୍ଯ୍ୟ ପାଇଁ ଆବେଦନ କରିଥିବା ୨୩ ହଜାର ୪୪୭ଟି ଜବକାର୍ଡ ପ୍ରଦାନ କରାଯାଇଛି। ସେମାନଙ୍କୁ ୭ଲକ୍ଷ ୧ହଜାର ୩୨୬ ଶ୍ରମ ଦିବସ ଜରିଆରେ ଶ୍ରମିକମାନେ କାର୍ଯ୍ୟ କରିଛନ୍ତିି। ୬୩୪ଟି ପରିବାର ଶହେ ଦିନ ଲେଖାଏଁ କାର୍ଯ୍ୟକରିଥିବା ଜଣାଯାଇଛି। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, କନିଷ୍ଠ ଯନ୍ତ୍ରୀ, ପିଇଓ, ଜିପିଟିଏ, ବିସିଏ ଓ ଲାଇନ ଡିପାର୍ଟମେଣ୍ଟର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଥିଲା। ଏପିଓ ମନସ୍ୱିନୀ ବେହେରା କାର୍ଯ୍ୟକ୍ରମ ପରିଚାଳନା ସାଙ୍ଗକୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



