www.samajalive.in
Tuesday, December 9, 2025
23.1 C
Bhubaneswar

ସିକୋରେ ମାଙ୍କଡ଼ ଉପଦ୍ରବ ; ମାଙ୍କଡ଼ କାମୁଡ଼ାରେ ଶିକ୍ଷୟତ୍ରୀ ଆହତ 

ବେଗୁନିଆ  : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମରେ ଗତ କିଛି ବର୍ଷ ହେଲା ମାଙ୍କଡ଼ ମାନଙ୍କ ଉପଦ୍ରବ ବୃଦ୍ଧି ପାଇଛି ।ସେମାନଙ୍କ ଉପଦ୍ରବରେ ଲୋକମାନେ ବିଭିନ୍ନ ବାଟରେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବାବେଳେ ମାଙ୍କଡ଼ କାମୁଡ଼ାରେ ରକ୍ତାକ୍ତ ହୋଇ ଆହତ ହେଉଛନ୍ତି ।ଆଜି ସିକୋସ୍ଥିତ ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ପ୍ରଭାସିନୀ କର ବିଦ୍ୟାଳୟ କାର୍ୟ୍ୟାଳୟରୁ ବାହାରି ଶ୍ରେଣୀ ପ୍ରକୋଷ୍ଠକୁ ଯାଉଥିବାବେଳେ ଏକ ମାଙ୍କଡ଼ ବିଦ୍ୟାଳୟ ପରିସର ଭିତରେ ପଶି ଶିକ୍ଷୟତ୍ରିଙ୍କ ଡାହାଣ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା । ଆହତ ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଏହା ପୂର୍ବରୁ ଚନ୍ଦ୍ରଶେଖରପୁର ମୌଜାର ଜଣେ ମହିଳାଙ୍କୁ କାମୁଡି ଆହତ କରିଥିଲା । ସିକୋ ଥିବା ବନବିଭାଗ ବିଟ ହାଉସ ରେ ବର୍ଷ ତମାମ ତାଲା ପଡି ରହୁଥିବାବେଳେ ଲୋକମାନେ ଖୋର୍ଦ୍ଧା ବନବିଭାଗ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ସେମାନେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ନେଇ ଅଭିଯୋଗ ହୋଇଛି।  ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories