ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଭିଜିଲାନ୍ସ । ଗତ କିଛି ମାସ ହେବ ରାଜ୍ୟରେ ଭିଜିଲାନ୍ସ ତନାଘନା କରୁଛି । ଅସାଧୁ ସରକାରୀ ବାବୁଙ୍କ ଘରେ କରୁଛି ଚଢ଼ାଉ । ଆଜି ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ ଫସିଛନ୍ତି । ଶାଳପଡ଼ା ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଟିମ୍ ଚଢ଼ାଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଏକକାଳୀନ ୮ଟି ସ୍ଥାନରେ ତନାଘନା କରୁଥିବା ବେଳେ କେନ୍ଦୁଝର ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା ଓ ଭୁବନେଶ୍ବରରେ ଚଢାଉ ଜାରି ରଖିଛି ।

ଏହି ଚଢ଼ାଉରେ ଭିଜିଲାନ୍ସର ୩ ଡିଏସପି, ୫ ଇନିସପେକ୍ଟର ଏବଂ ୩ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ନିୟୋଜିତ ରହିଛନ୍ତି । କେନ୍ଦୁଝର ଜିଲ୍ଳାର ଶାତପଡ଼ାରେ ଥିବା ସରକାରୀ ବାସଭନ ସମେତ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାର କରୁଛି । ଏଥିସହ ଭଦ୍ରକ ଟାଉନରେ ଥିବା ଘର ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଘରେ ମଧ୍ୟ ଚଢ଼ାଉ ଚାଲିଛି । ଖାଲିସେତିକି ନୁହେଁ ଭଦ୍ରକ, ଖୋର୍ଦ୍ଧା ଓ ଯାଜପୁରରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି ।



