www.samajalive.in
Sunday, December 7, 2025
13.1 C
Bhubaneswar

କୋର୍ବେଭାକ୍ସ ଟିକା ମୂଲ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ : ୧୨ରୁ ୧୪ବର୍ଷର ପିଲାଙ୍କୁ ଦିଆଯାଉଥିବା କରୋନା ଟିକା କୋର୍ବେଭାକ୍ସର ମୂଲ୍ୟ ଧାର୍ଯ୍ୟ ହୋଇଛି । ହାଇଦରାବାଦସ୍ଥିତ ଔଷଧ କମ୍ପାନୀ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଏହି ଟିକାର ମୂଲ୍ୟ ସରକାରୀ ଡାକ୍ତରଖାନାଗୁଡିକ ଲାଗି ଡୋଜ୍ (ପାନ) ପ୍ରତି ୧୪୫ଟଙ୍କା ରହିଥିବାବେଳେ ଘରୋଇ ଡାକ୍ତରଖାନାଗୁଡିକ ଲାଗି ଏହାର ମୂଲ୍ୟ ୯୯୦ ଟଙ୍କା ରହିଛି । ସମସ୍ତ ଟିକସ ସହିତ ଏହି ମୂଲ୍ୟ ଧାର୍ଯ୍ୟ ହୋଇଛି । ତେବେ ସରକାର ଏହି ଟିକାକୁ ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛନ୍ତି । ସରକାରୀ ଡାକ୍ତରଖାନାରେ ଏହା ମାଗଣାରେ ମିଳୁଥିବାବେଳେ ଘରୋଇ ଡାକ୍ତରଖାନରେ ଆବଶ୍ୟକ ଦେୟ ଦେବାକୁ ପଡିବ। ବୁଧବାର ଠାରୁ ଦେଶର ୧୨ ରୁ ୧୪ବର୍ଷର ପିଲାଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କମ୍ ସଂଖ୍ୟକ ପିଲା ଟିକା ନେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories