www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକାର କୂଟନୈତିକ ଚାପ : ଭାରତ, ଚୀନ, ରୁଷକୁ ନେଇ ବିଶ୍ବ ରାଜନୀତିରେ ନୂଆ ସମୀକରଣ

ୱାଶିଂଟନ : ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟୁ ନଥିବାବେଳେ ବିଶ୍ବରେ ନୂଆ ରାଜନୈତିକ ମେଣ୍ଟର ଅଭ୍ୟୁଦୟ ହେବାରେ ଲାଗିଛି। ଏହି ଯୁଦ୍ଧରେ ରୁଷ କିମ୍ବା ୟୁକ୍ରେନ ପାଇଁ କୌଣସି ରାଷ୍ଟ୍ର ପ୍ରତ୍ୟକ୍ଷ ସାମିଲ ହୋଇ ନଥିଲେ ମଧ୍ୟ ପରୋକ୍ଷରେ ଅନେକ ରାଷ୍ଟ୍ର ନିଜକୁ ସାମିଲ କରିଛନ୍ତି। ୟୁକ୍ରେନ ସପକ୍ଷରେ ଆମେରିକା ଓ ବ୍ରିଟେନ ଭଳି ମହାଶକ୍ତି ରହିଥିବାବେଳେ ରୁଷ୍ ସପକ୍ଷରେ ଭାରତ ଓ ଚୀନ ରହିଛନ୍ତି। ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍‌କୁ ଭାରତ ଓ ଚୀନ ଯେପରି ପ୍ରତ୍ୟକ୍ଷ ସହଯୋଗ ନ କରିବେ ସେଥିଲାଗି ଆମେରିକା ଚାପ ପକାଇ ଚାଲିଛି। ୟୁକ୍ରେନ ଉପରେ ଆମେରିକା ଅନେକ କଟକଣା ଲଗାଇଥିବାବେଳେ ଭାରତ ଓ ଚୀନ ଏ ଦିଗରେ ମସ୍କୋକୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେହିପରି ଚୀନଠାରୁ ରୁଷ୍‌ ସାମରିକ ଓ ଆର୍ଥିକ ସହାୟତା ମାଗିଥିବା ନେଇ ଆମେରିକା ଅଭିଯୋଗ କରିଛି। ଆମେରିକାର ଏପରି ଅଭିଯୋଗକୁ ଉଭୟ ରୁଷ୍ ଓ ଚୀନ ଖଣ୍ଡନ କରିଛନ୍ତି। ଆମେରିକାର ଏପରି ଅଭିଯୋଗ ପଛର ମୂଳ ଉଦ୍ଦେଶ୍ୟ ହେଉଛି ଚୀନ ଉପରେ ଚାପ ପକାଇବା। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲିଭାନ ରୋମସ୍ଥିତ ଚୀନର ରାଷ୍ଟ୍ରଦୂତ ୟାଙ୍ଗ ଜେଚିଙ୍କୁ ଭେଟି ୱାଶିଂଟନର ଉଦ୍‌ବେଗ ସମ୍ପର୍କରେ ଅବଗତ କରାଇଥିଲେ। ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍‌କୁ କୌଣସି ପ୍ରକାର ସହଯୋଗ କଲେ ଚୀନ ପରିଣାମ ଭୋଗିବ ବୋଲି ଆମେରିକା ଚେତାବନୀ ଦେଇଛି।
ଭାରତର ରୁଷ୍ ସପକ୍ଷବାଦୀ ପଦକ୍ଷେପକୁ ନେଇ ଆମେରିକା କୌଣସି ଉଦ୍‌ବେଗ ପ୍ରକାଶ କରି ନାହିଁ। ରୁଷ୍‌ଠାରୁ ତୈଳ ଆମଦାନୀ ନେଇ ଆମେରିକା କଟକଣା ଲଗାଇବା ପରେ ମସ୍କୋ ଏବେ ନୂଆଦିଲ୍ଲୀ ଉପରେ ଭରସା କରିଛି। ଭାରତକୁ କମ୍ ଦରରେ ଅଶୋଧିତ ତୈଳ ବିକ୍ରି କରିବାକୁ ରୁଷ୍‌ ଆଗ୍ରହ ପ୍ରକାଶ କରିଛି। ରୁଷ୍‌ର ଏହି ଆଗ୍ରହକୁ ଦେଖି ଭାରତ ଅଶୋଧିତ ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ରିଆତି ଦରରେ ଆମଦାନୀ କରିବାକୁ ଯୋଜନା କରିଛି। ଏପରିକି ଏହି କାରବାର ଟଙ୍କା ଓ ରୁବେଲ ମଧ୍ୟରେ କରିବାକୁ ଦୁଇ ଦେଶ ବିଚାର କରୁଛନ୍ତି। ରୁଷ୍ ସହିତ ଭାରତର ଏପରି ବାଣିଜ୍ୟ କାରବାର ଯୋଜନାକୁ ନେଇ ଆମେରିକା କ୍ଷୁବ୍ଧ ହୋଇଛି। ଏହା ମଧ୍ୟରେ ରୁଷ୍-ଚୀନ-ଭାରତ ନୂଆ ସମ୍ପର୍କ ଗଢିବାରେ ଲାଗିଛି। ଭାରତ-ଚୀନ ସମ୍ପର୍କରେ ତିକ୍ତତା ରହିଥିବାବେଳେ ଭାରତ-ଆମେରିକା ସମ୍ପର୍କ ସୁସ୍ଥ ରହିଛି। ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣକୁ ଉଭୟ ଭାରତ ଓ ଚୀନ ନିନ୍ଦା କରିବାକୁ ମନା କରିଛନ୍ତି। ଏପରିକି ଯୁଦ୍ଧକୁ ନେଇ ଜାତିସଂଘରେ ରୁଷ୍ ବିପକ୍ଷରେ ଯେତେସବୁ ପ୍ରସ୍ତାବ ଆସିଥିଲା ତାର ଭୋଟିଂ ବେଳେ ଭାରତ ଓ ଚୀନ ଭାଗ ନେଇ ନଥିଲେ। ନିକଟରେ ଚୀନ ଓ ରୁଷ୍ ସମ୍ପର୍କରେ ଉନ୍ନତି ଆସିଥିବାବେଳେ ଏହା ଆମେରିକା ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଅନ୍ୟପଟେ ଭାରତ ଉଭୟ ରୁଷ୍‌ ଓ ଆମେରିକା ସହିତ ଉନ୍ନତ ସମ୍ପର୍କ ରଖିବାକୁ ଉଦ୍ୟମ ଚଳାଇଛି।
ରୁଷ୍ ଓ ଚୀନ ମଧ୍ୟରେ ସମ୍ପର୍କରେ ଉନ୍ନତିକୁ ଦେଖି ଆମେରିକା ଏଥିରେ ପ୍ରତିବନ୍ଧକ ହେବାକୁ ଉଦ୍ୟମ କରୁଛି। ୟୁକ୍ରେନ ଦଖଲକୁ ନେଇ ରୁଷ୍‌ ତାର ଅସଲ ଉଦ୍ଦେଶ୍ୟ ବାବଦରେ ଚୀନକୁ ଅବଗତ କରି ନଥିବା ଆମେରିକା କହୁଛି। ୟୁକ୍ରେନ ଦଖଲ ଦିଗରେ ବେଜିଂ ସହଯୋଗ କଲେ ମସ୍କୋ ମଧ୍ୟ ଚୀନକୁ କ୍ରିମିଆ ଦଖଲରେ ସହଯୋଗ କରିବାର ପ୍ରଲୋଭନ ଦେଖାଉଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories