www.samajalive.in
Tuesday, December 9, 2025
17.1 C
Bhubaneswar

କେନ୍ଦ୍ର-ରାଜ୍ୟ ଟଣାଓଟରା : ଅଙ୍ଗନବାଡ଼ି ଦିଦିଙ୍କୁ ସ୍ମାର୍ଟଫୋନ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ : ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ସରକାର ମୋଟ ୮୧ ହଜାର ୧୬୫ଟି ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତୀକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ ଏହି ସ୍ମାର୍ଟଫୋନ୍ ଯୋଗାଇ ଦିଆଯାଇଛି।
ଏହି ସ୍ମାର୍ଟଫୋନରେ ପୋଷଣ ଟ୍ରାକର୍ ଆପ୍ ଅପଲୋଡ୍ କରି ଅଙ୍ଗନୱାଡ଼ି ଦିଦିମାନେ ରାଜ୍ୟର ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନିୟମିତ ନଜର ରଖିପାରିବେ। ଏହି ସ୍ମାର୍ଟଫୋନ୍ କେନ୍ଦ୍ର ସରକାର ଦେଇଥିବାବେଳେ ଏହାର କ୍ରୟ ଦାୟିତ୍ୱ ରାଜ୍ୟଗୁଡ଼ିକ ଉପରେ ରହିଥିଲା। ତେବେ ଓଡ଼ିଶାରେ ଯେତିକି ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ ତା’ଠୁ ୧୦ହଜାର ଅଧିକ ସ୍ମାର୍ଟଫୋନ୍ କ୍ରୟ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ
ଏ ସମ୍ପର୍କରେ ରାଜ୍ୟସଭାରେ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୋଷଣ ଅଭିଯାନରେ ମୋଟ ୧୧.୦୩ଲକ୍ଷ ସ୍ମାର୍ଟଫୋନ୍ କ୍ରୟ କରିବାକୁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଇଥିଲା। ସେଥିରେ ଓଡ଼ିଶାରେ ମୋଟ ୮୧,୧୬୫ଟି ସ୍ମାର୍ଟଫୋନ୍ କ୍ରୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ଓଡ଼ିଶାରେ ୨୦୨୧ ଜୁନ୍ ୩୦ ତାରିଖ ସୁଦ୍ଧା ମୋଟ ୭୩, ୧୭୨ଟି ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ସେଥିରୁ ମାତ୍ର ୪୭,୯୮୫ଟି କେନ୍ଦ୍ର ନିଜସ୍ୱ କୋଠାରେ ପରିଚାଳିତ ହେଉଛି। ୭୧୪୭୪ଜଣ ଅଙ୍ଗନୱାଡ଼ି କର୍ମୀ ଏବେ ନିୟୋଜିତ ଥିବାବେଳେ ୬୧୩୮୦ଜଣ ଅଙ୍ଗନୱାଡ଼ି ସହାୟିକା ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି।
ତେବେ ଓଡ଼ିଶାରେ ଏବେ ୭୧,୧୭୨ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ ପ୍ରାୟ ୧୦ହଜାର ଅଧିକ ସ୍ମାର୍ଟଫୋନ୍ କ୍ରୟକରି ରାଜ୍ୟ ସରକାର କାହାକୁ ପ୍ରଦାନ କରିଛନ୍ତି ସେଥିନେଇ ପ୍ରଶ୍ନ ଉଠୁଛି। କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରି ଥିବାବେଳେ ରାଜ୍ୟ ସରକାର ମଧ୍ୟ ଅଙ୍ଗନୱାଡ଼ି ଦିଦିଙ୍କୁ ନିଜେ ସ୍ମାର୍ଟଫୋନ୍‌ ଦେଇଥିବା କହିଥିଲେ। ସ୍ମୃତି ଇରାନୀଙ୍କ ସୂଚନା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories