www.samajalive.in
Sunday, December 7, 2025
26.1 C
Bhubaneswar

ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଜି ସେବାୟତଙ୍କୁ ଗୁଳିକରି ଦୁର୍ବୃତ୍ତ ମାନେ ହତ୍ୟାକରିଛନ୍ତି । ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ସେବାୟତଙ୍କୁ ଉଦ୍ଧାର କରାଯାଇ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି। ପୁରୀ ଲୋକନାଥ ରୋଡ ବାରବାଟୀ ନିକଟରେ ଏହି ଗୁଳିକାଣ୍ଡ ଘଟିଛି । କୃଷ୍ଣଚନ୍ଦ୍ରଙ୍କ ଘର ପୁରୀ ହରଚଣ୍ଡୀ ସାହିରେ । ସେ ଶ୍ରୀ ମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ଥିଲେ। ଗୁନ ସିଂହାରୀ ହତ୍ୟା ଘଟଣାରେ ଦୁଇମାସ ତଳେ ସେ କୋର୍ଟରୁ ନିର୍ଦୋଶରେ ଖଲାସ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ ମାନେ ନିଜର ମତ ରଖିଛନ୍ତି ।  ସେବାୟତଙ୍କୁ ଦୁଇ ଜଣ ଦୁର୍ବୃତ୍ତ ହତ୍ୟା କରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ତାହାସହ ଦୁଇ ଦୁର୍ବୃତ୍ତ ବାଇକରେ ଆସି କୃଷ୍ଣଚନ୍ଦ୍ରଙ୍କୁ ଗୁଳିକରିଥିଲେ । ଜମି ବିବାଦକୁ ନେଇ ଏହି ଗଳୁଳିକାଣ୍ଡ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରୁ ୩ଟି ବ୍ୟବହୃତ ଗୁଳି ମଧ୍ୟ ଜବତ କରିଛି ପୁଲିସ । ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ୪ଟି ଦଳ ଗଠନ କରିଛି । ଜିଲ୍ଲାପାଳ ଏବଂ ଏସପି  ଘଟଣାସ୍ଥଳ ସମେତ ଡାକ୍ତରଖାନାକୁ ଯାଇଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories