www.samajalive.in
Wednesday, December 10, 2025
15.1 C
Bhubaneswar

ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ, ଚାଲିଛି ୬ଟି ସ୍ଥାନ​‌ରେ ଚଢ଼ାଉ

ମାଲକାନଗିରି: ରାଜ୍ୟରେ ସକ୍ରିୟ ରହିଛି ଭିଜିଲାନ୍ସ । ପ୍ରତ୍ୟେକ ଦିନ କିଛି ଅସାଧୁ ସରାକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଗତକାଲି ଜଣେ ସରାକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ, ଆଜି ଭିଲିଲାନ୍ସ ଜାଲରେ ଆଉ ଜଣେ ବାବୁ ପଡ଼ିଛନ୍ତି । ମାଲକାନଗିରି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଆୟ ବହର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୃଷି ଅଧିକାରୀ ଏମ୍‌ ଆନନ୍ଦ ରାଓଙ୍କ ଘରେ ଚାଲିଛି ଚଢ଼ାଉ । ଏକ କାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଟିକିନିଖି ଯାଞ୍ଚ କରୁଛି । ମାଲକାନଗିରି ସମେତ ନବରଙ୍ଗପୁର ଓ ବିଶାଖାପାଟଣାରେ ଚାଲିଛି ଚଢ଼ାଉ । କାର୍ଯ୍ୟାଳୟ ସହ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଉଥିବା ସୂଚନା ମଳିଛି ।  ତେବେ ଏଯାଏ ଏମ୍‌ ଆନନ୍ଦଙ୍କ ଘରୁ କେତେ ସମ୍ପତ୍ତି ଜବତ ହୋଇଛି ଭିଭିଲାନ୍ସ ସୂଚନା ଦେଇନାହିଁ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories