www.samajalive.in
Sunday, December 7, 2025
13.1 C
Bhubaneswar

ନିର୍ବାଚନ ପାଇଁ ଉଜୁଡ଼ିଗଲା ସଂସାର: ସ୍ବାମୀ ଲଗାଇଲେ ଫାଶୀ, ବିଷ ପିଇଦେଲେ ପ୍ରାର୍ଥିନୀ

ଭଦ୍ରକ: ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଅଭାବନୀୟ ଘଟଣା । ନିର୍ବାଚନରେ ହାରିବାକୁ ନେଇ ଉଜୁଡ଼ିଗଲା ପ୍ରାର୍ଥୀଙ୍କ ସଂସାର । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ଟାହିଟାପରା ସହି ନପାରି ପରାଜିତ ପ୍ରାର୍ଥୀଙ୍କ ସ୍ବାମୀ ଆତ୍ମହତ୍ୟା କରିଛନ୍ତି । ତାହା ସହ ପ୍ରାର୍ଥିନୀ ଜଣକ ବିଷ ପିଇ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ  ଚଳିତ ନିର୍ବାଚନରେ ସମତି ସଭ୍ୟା ଭାବେ ସୁମତି ପରିଡ଼ା ନିର୍ବାଚନରେ ଛିଡ଼ା ହୋଇଥିଲେ । ହେଲେ ହାରି ଯାଇଥିଲେ । ଗତକାଲି ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସୁମତିଙ୍କ ଘରବାଟେ ଯାଇଥିଲା । ଶୋଭାଯାତ୍ରା ସମୟରେ ସୁମତିଙ୍କ ସ୍ବାମୀଙ୍କୁ କିଛି ବାଧିଲାପରି କହିଥିଲେ ବିଜୟୀ ପ୍ରାର୍ଥୀ । ସେହ କଥା ସହିନପାରି ସୁମତିଙ୍କ ସ୍ବାମୀ ରମାକାନ୍ତ ସୁମତିଙ୍କୁ ଗାଳି କରିଥି​‌ଲେ ଏବଂ କହିଥିଲେ ତୁ କାହିଁ ନିର୍ବାଚନରେ ଛିଡ଼ା ହୋଇଥିଲୁ ।

ସ୍ବାମୀଙ୍କ ଗାଳି ଶୁଣିବା ପରେ ସୁମତି ବିଷ ପିଇ ଦେଇଥିଲେ । ସ୍ତ୍ରୀଙ୍କ ବିଷ ପିଇବା ଦେଖି ରମାକାନ୍ତ ଫାଶୀ ଲଗାଇ ଦେଇଥିଲେ । ପରେ ରମାକାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ରମାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବଂ ସୁମତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଘଟଣା ସମ୍ପର୍କରେ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories