www.samajalive.in
Sunday, December 7, 2025
26.1 C
Bhubaneswar

ଭାରତର ମିଶାଇଲ୍‍ ପାକିସ୍ତାନରେ ପଡ଼ିବା ଘଟଣା, ଧୀରେ ଧୀରେ ପାକ୍‍ ରଖୁଛି ପ୍ରତିକ୍ରିୟା

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‍ ଆକାଶରେ ଘୋଟି ରହିଛି ଯୁଦ୍ଧର କଳାବାଦଲ । ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଏହାରି ଭିତରେ ଭାରତର ମିଶାଇଲ ପାକିସ୍ତନରେ ପଡ଼ିଛି । ମିଶାଇଲଟି ଭୁଲ ବସତଃ ପାକରେ ପଡ଼ି ଯାଇଥିବା କହିଛି ଭାରତ । ହେଲେ ପାକିସ୍ତାନ ତଥାପି ଘଟଣାକୁ ଦୃଢ଼ ପ୍ରତିବାଦ ଜଣାଇବା ସହ ଧୀରେ ଧୀରେ ତାର ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛି । ପାକ୍‍ କହିଛି ଭାରତ ତାର ସୀମା ଉଲ୍ଲଂଘନ କରିଛି । ଏପରି ଘଟଣା ଭବିଷ୍ୟତରେ ପୁଣି ଥରେ ଯେପରି ନଘଟେ ସେ ନେଇ ଚେତାବନୀ ଦେଇଛି ପାକିସ୍ତାନ ।

ଏନେଇ ପାକିସ୍ତାନ ସାମରିକ ମୁଖପାତ୍ର ମେଜର-ଜେନେରାଲ ବାବର ଇଫ୍ଟିଖର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଏହା ଏକ ହାଇ ସ୍ପିଡ୍ ଫ୍ଲାଇଙ୍ଗ୍ ମିଶାଇଲ । ଏହା କିପରି ଭୁଲରେ ସୀମା ଉଲ୍ଲଂଘନ କଲା ତାହା ଆଶ୍ଚର୍ଯ୍ୟକର ବିଷୟ । ଅନ୍ୟପଟେ ଏହି ଘଟଣାକୁ ନେଇ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଅଧ୍ୟୟନର ପ୍ରଫେସର ହାପିମନ୍ ଯାଦବ ତାଙ୍କ ମତ ରଖିଛନ୍ତି । ସେ ଟ୍ୱିଟ୍‍ କରି କହିଛନ୍ତି ଏଥିରେ ପାକ୍‍ର କିଛି ଘର ନଷ୍ଟ ହୋଇଛି । ନଷ୍ଟ ହୋଇଯାଇଥିବା ଘର ପାଇଁ କ୍ଷତିପୂରଣ ଦେବାକୁ ନୂଆଦିଲ୍ଲୀ ପ୍ରସ୍ତାବ ଦେବା ଉଚିତ୍ ବୋଲି ସେ କହିଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories