www.samajalive.in
Sunday, December 7, 2025
23.1 C
Bhubaneswar

ପୁଣି ବୈତରଣୀ ନଦୀକୁ ଧସିଲା ୧ଶହ ଫୁଟର ରାସ୍ତା

ଆରଡି: ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ତଥା ଆରଡି ନିକଟସ୍ଥ ବୋଡକ ନିକଟରେ ବୈତରଣୀ ନଦୀକୁ ପୁଣି ଧସିଲା ୨୦ନଂ ଜାତୀୟ ରାଜପଥର ୧ଶହ ଫୁଟର ରାସ୍ତା। ଯାହାଫଳରେ କୁଆଖିଆ ଭାୟା ଆରଡି ଠାରୁ ସାତଭାୟା ରାସ୍ତାରେ ଏବେ ଯାତାୟତ ବନ୍ଦ ହେବାକୁ ବସିଛି। ଏହି ଜାତୀୟ ରାଜପଥ ରାସ୍ତା ଦେଇ ପ୍ରତିଦିନ କଟକ ଭୁବନେଶ୍ବର ଠାରୁ ଆରମ୍ଭ କରି କେନ୍ଦ୍ରାପଡା, ଜଗତସିଂହପୁର ଆଦି ଅଞ୍ଚଳକୁ ଛୋଟବଡ ଗାଡି ଦ୍ବାରା ଲୋକମାନେ ଯାତାୟତ କରିଥାନ୍ତି। ତାସହ ଯାଜପୁରର ମା’ ବିରଜାକ୍ଷେତ୍ର ଓ ଆରଡିପୀଠର ବାବା ଆଖଣ୍ଡଳମଣି ଉଭୟ ପର୍ଯ୍ୟଟନସ୍ଥଳୀକୁ ଏହି ଜାତୀୟ ରାଜପଥ ସଂଯୋଗ କରୁଥିବାରୁ ଅତି ସହଜରେ ଆଗନ୍ତୁକ ପର୍ଯ୍ୟଟକମାନେ ଯାତାୟତ କରିବା ସହ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ହେଲେ ଏହି ଜାତୀୟରାଜପଥର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ବୈତରଣୀ ନଦୀକୁ ରାସ୍ତା ଧସୁଥିବାରୁ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ପର୍ଯ୍ୟଟକମାନେ ନାନା ଅସୁବିଧାରେ ସମୁଖିନ ହେଉଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ବୈତରଣୀ ନଦୀବନ୍ଧର ସୁରକ୍ଷା ପାଇଁ ସ୍ଥାୟୀ ପ୍ରତିକାର କରାଯାଉନଥିବାରୁ ଏପରି ଜାତୀୟରାଜପଥ ଧସୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।

 

- Advertisement -

ବିଶେଷକରି ବୈତରଣୀନଦୀରେ ହିଂସ୍ର କୁମ୍ଭୀର ରହିଥିବାରୁ ଜୁଆର ସମୟରେ ନଦୀର ଜଳ କୂଳକୁ ଲାଗୁଛି। ଫଳରେ ଏହି ଜୁଆରେ କିଛି କୁମ୍ଭୀର ଭାସି ଆସି ନଦୀ କୂଳରେ ଛକି ରହୁଥିବାରୁ ଭୟରେ ବୋଡକ ଗାଁର ଛାତ୍ରଛାତ୍ରୀ ସ୍କୁଲକଲେଜ ଯାଇପାରୁନାହାନ୍ତି। ରାସ୍ତା ଏପରି ଭାବେ ନଦୀ ଆଡକୁ ଢଳି ରହିଛି କେତେବେଳେ ଯେ କଣ ଅଘଟଣ ଘଟିବ ତାହା ଆକଳନ କରିବା ସମ୍ଭବ ନୁହେଁ। ତେଣୁ ଏହି ରସ୍ତାର ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ଲୋକେ ଜିଲା ପ୍ରଶାସନଙ୍କ ନିକଟରେ ନିବେଦନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories