www.samajalive.in
Tuesday, December 9, 2025
26.1 C
Bhubaneswar

ବର୍ଷିଲେ ଲେଖାଶ୍ରୀ: ବିଜେପି ସମର୍ଥିତଙ୍କୁ ଡରାଉଛି ବିଜେଡି, ପୁଲିସ ସାଜିଛି ଦଳୀୟ କର୍ମୀ

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପରେ ଏବେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ କିନ୍ତୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଥ୍ୟା ମାମଲା ରୁଜ୍ଜୁ କରି ପୁଲିସ କେସ କରାଯାଉଥିବା ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଆଜି ଏ ନେଇ ଲେଖାଶ୍ରୀ ଶାସକ ବିଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ବିଜେପି ସମର୍ଥିତଙ୍କୁ ପୁଲିସ ଧମକ ଦେବା ସହ ଦଳ ସମର୍ଥିତ ସମିତି ସଭ୍ୟଙ୍କ ଘରେ ଚଢ଼ାଉ କରୁଛି।

ସେ କରିଥିବା ଅଭିଯୋଗ ଅନୁଯାୟୀ, ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ନାଁରେ ଅପହରଣ ଓ ଗଂଜେଇ ରଖିବା ଭଳି ମିଛ ମାମଲା ରୁଜ୍ଜୁ କରିବାର ଭୟ ଦେଖାଉଛି। ଅସ୍ତରଙ୍ଗରେ ୮ ଜଣଙ୍କ ଘରେ ପୁଲିସ ମିଥ୍ୟା ମାମଲା ରୁଜ୍ଜୁ କରି ଚଢ଼ାଉ କରିଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି ଯେ ବିଶେଷ ଭାବେ ଅନୁସୂଚିତ ଜାତି ଓ ଜନଜାତି ସମିତିସଭ୍ୟଙ୍କ ପ୍ରତି ପୁଲିସ ଆକ୍ରୋଶମୂଳକ ପଦକ୍ଷେପ ନେଉଛି। ଏହି ଘଟଣାରେ ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories