ପୁରୀ ସମୁଦ୍ରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର

ପୁରୀ: ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଜଣେ ମହିଳା ପୁରୀ ସମୁଦ୍ରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ସଂଗୃହିତ ଭିଡିଓରୁ ମହିଳାଙ୍କ ବୟସ ୩୦ରୁ ୩୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ସେଠାରେ ଚଳପ୍ରଚଳ କରୁଥିବା ଲୋକେ ଓ ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ମହିଳାଙ୍କ ପରିଚୟ ମିଳିପାରିନ ଥିବା ବେଳେ ତାଙ୍କ ପାଖରେ କେହି ସମ୍ପର୍କୀୟ ନ ଥିବା ଜଣାପଡିଛି। ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପ୍ରାୟ ୧ ଘଣ୍ଟା ପୂର୍ବରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ପହଂଚି ନଥିବା ସୂଚନା ମିଳିଛି।

Comments are closed.