www.samajalive.in
Sunday, December 7, 2025
18.1 C
Bhubaneswar

ତଦନ୍ତ କମିଟି ନିକଟରେ ହାଜର ହେଲେ ଋଦ୍ଧିମାନ

ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ଋଦ୍ଧିମାନ ଶାହା କିଛିଦିନ ତଳେ ଅଭିଯୋଗ କରିଥିଲେ ଯେ ଜଣେ ସାମ୍ବାଦିକ ତାଙ୍କୁ ବିରକ୍ତ କରିବା ସହ ଧମକ ମଧ୍ୟ ଦେଇଥିଲେ। ତାଙ୍କୁ ସାକ୍ଷତ୍‌କାର ନ ଦେବାରୁ ଉକ୍ତ ସାମ୍ବାଦିକ ଏପରି କରିଥିଲେ ବୋଲି ଶାହା କହିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି ଅଭିଯୋଗର ତଦନ୍ତ ପାଇଁ ବିସିସିଆଇ ଏକ ୩ ଜଣିଆ କମିଟି ଗଠନ କରିଥିଲା। କମିଟିରେ ଉପସଭାପତି ରାଜୀବ ଶୁକ୍ଳା, ଯୁଗ୍ମ ସମ୍ପାଦକ ଅରୁଣ ସିଂହ ଧୁମଲ ଓ ଆପେକ୍ସ କାଉନ୍‌ସିଲ ସଦସ୍ୟ ପ୍ରଭତେଜ ସିଂହ ଭାଟିଆ ସଦସ୍ୟ ରହିଥିଲେ। ଶନିବାର ଉକ୍ତ କମିଟି ସମ୍ପୁଖରେ ଋଦ୍ଧିମାନ ହାଜର ହୋଇଥିଲେ। ସେଠାରୁ ବାହାରିବା ପରେ ଋଦ୍ଧିମାନ କହିଥିଲେ, ମୁଁ ଯେତିକି ଜାଣିଛି; ତଦନ୍ତ କମିଟି ସମ୍ମୁଖରେ ସବୁକିଛି କହିଦେଇଛି। ପୁଣି ମୋ ପାଖରେ ଯେଉଁସବୁ ପ୍ରମାଣ ଥିଲା; ତାହା ମଧ୍ୟ ଉକ୍ତ କମିଟିକୁ ପ୍ରଦାନ କରିଛି। ଏହାଠାରୁ ଅଧିକ କିଛି କହିପାରିବି ନାହିଁ। ଏହି ବୈଠକର କଥା ବାହାରେ ପ୍ରକାଶ ନ କରିବାକୁ ବିସିସିଆଇ ମୋତେ ନିର୍ଦେଶ ଦେଇଛି। ସେମାନେ ଆପଣଙ୍କ ସବୁ ପ୍ରଶ୍ନର ଜବାବ ଦେଇପାରନ୍ତି।

ଏହାପରେ ସନ୍ଧ୍ୟାରେ ବିଶିଷ୍ଟ କ୍ରିକେଟ୍ ସାମ୍ବାଦିକ ବୋରିଆ ମଜୁମ୍‌ଦାର ତାଙ୍କ ଟ୍ବିଟର ପୃଷ୍ଠାରେ ଏକ ଭିଡିଓ ଛାଡ଼ି ସ୍ପଷ୍ଟ କରିଥିଲେ ଯେ ଯେଉଁ ସାମ୍ବାଦିକଙ୍କ ବିରୋଧରେ ଋଦ୍ଧିମାନ ଅଭିଯୋଗ କରୁଛନ୍ତି; ସେ ହେଉଛନ୍ତି ସେହି ସାମ୍ବାଦିକ। ଋଦ୍ଧିମାନ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ପଡ଼ିବା ପରେ ତାଙ୍କ ସହ ବୋରିଆ ହ୍ବାଟ୍‌ସଅପ୍‌ ଜରିଆରେ ବାର୍ତ୍ତା ବିନିମୟ କରିଥିଲେ। ହେଲେ ଋଦ୍ଧିମାନ ଯେଉଁ ହ୍ବାଟ୍‌ସଅାପ୍ ଚାଟ୍‌ର ସ୍କ୍ରିନ୍‌ସଟ୍‌କୁ ଗଣମାଧ୍ୟମରେ ଛାଡ଼ିଛନ୍ତି; ତାହା ସମ୍ପୂର୍ଣ୍ଣ ସତ ନୁହେଁ। ଉକ୍ତ ଚାଟ୍‌ର ସ୍କ୍ରିନ୍‌ସଟ୍‌କୁ ଋଦ୍ଧିମାନ ଜାଣିଶୁଣି ପରିବର୍ତ୍ତନ କରି, ବେଶ୍‌ କିଛି କାଣ୍ଟଛାଟ କରି ଗଣମାଧ୍ୟମରେ ଛାଡ଼ିଥିଲେ। ଏହା ପଛରେ ତାଙ୍କର କ’ଣ ଉଦ୍ଦେଶ୍ୟ ଥିଲା ବୋଲି ବୋରିଆ ପ୍ରଶ୍ନ କରିଛନ୍ତି। ଏହାସହ ବୋରିଆ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ହ୍ବାଟ୍‌ସଆପ୍‌ ଚାଟ୍‌ରେ ପରିବର୍ତ୍ତନ କରି ମିଛକଥା ଲେଖି ଏହାକୁ ଗଣମାଧ୍ୟମକୁ ପ୍ରଦାନ କରିବା ଦ୍ବାରା ତାଙ୍କର ସମ୍ମାନ ହାନି ଘଟିଛି। ତେଣୁ ଋଦ୍ଧିମାନଙ୍କ ବିରୋଧରେ ସେ ମାନହାନି ମୋକଦ୍ଦମା କରିବାକୁ ଯାଉଛନ୍ତି। ନିକଟରେ ଋଦ୍ଧିମାନଙ୍କୁ ବିସିସିଆଇ ତା’ର କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍‌ ‘ବି’ରୁ ଗ୍ରେଡ୍‌ ‘ସି’କୁ ଖସାଇ ଦେଇଥିଲା। ଶ୍ରୀଲଙ୍କା ବିପକ୍ଷ ଚଳିତ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳରୁ ବାଦ୍‌ପଡ଼ିବା ପରେ ଋଦ୍ଧିମାନ ଗଣମାଧ୍ୟମରେ ପ୍ରକାଶ କରିଥିଲେ ଯେ ତାଙ୍କୁ ଆଉ ଭାରତୀୟ ଦଳରେ ସ୍ଥାନ ମିଳିବନାହିଁ ବୋଲି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ପୂର୍ବରୁ କହି ଦେଇଥିଲେ। ପୁଣି ଭାରତୀୟ ବରିଷ୍ଠ କ୍ରିକେଟ୍‌ ମନୋନୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା ମଧ୍ୟ ତାଙ୍କୁ ସମାନ କଥା କହିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories