www.samajalive.in
Sunday, December 7, 2025
18.1 C
Bhubaneswar

ଶେଷ ଦିନରେ ୭ ଅଧ୍ୟକ୍ଷ ଓ ୪୮ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଆଠଗଡ :  ପୌର ନିର୍ବାଚନର ନାମାଙ୍କନ ଦାଖଲର ଶେଷ ଦିନରେ ଆଠଗଡ ଏନଏସିର ଅଧ୍ୟକ୍ଷ ପଦବୀ ଲାଗି ୭ଜଣ ଏବଂ ୧୮ଟି ୱାର୍ଡ ପାଇଁ ୪୮ଜଣ କାଉନସିଲର ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି । ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ ପକ୍ଷରୁ ଅଧ୍ୟକ୍ଷଙ୍କ ସମେତ ୧୮ଟି ୱାର୍ଡର କାଉନସିଲର ପାର୍ଥୀ, ବିଜେପି ଓ କଂଗ୍ରେସର ଅଧ୍ୟକ୍ଷ ସମେତ କାଉନସିଲର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୩ଟି ଯାକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଶତାଧିକ ସମର୍ଥକଙ୍କ ସହ ସହର ପରିକ୍ରମା କରି ଏନଏସି କାର୍ଯ୍ୟାଳୟ ସନ୍ନିକଟ ବିଜୁ ପଟ୍ଟନାୟକ କଲ୍ୟାଣ ଠାରେ ନିର୍ବାଚନ ଅଧିକାରୀ ତଥା ତହସିଲଦାରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଠଗଡ ଏନଏସିର ଅଧ୍ୟକ୍ଷ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ବିଜୁ ଜନତା ଦଳର ପ୍ରାର୍ଥୀ ସସ୍ମିତା ରାଉତ, ଜାତୀୟ କଂଗ୍ରେସର ପ୍ରାର୍ଥୀ ଅରୁପମା ଭକ୍ତା, ଭାରତୀୟ ଜନତା ପାର୍ଟିର ଇଲା ପଣ୍ଡା, ସ୍ୱାଧୀନ ଭାବେ ବେବିନାରାଣୀ ମହାନ୍ତି ଓ ଅନ୍ନପୂର୍ଣ୍ଣା ସାମଲ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସୂଚନା ଥାଉକି ରବିବାର ଭାରତୀୟ ଜନତା ପାର୍ଟୀର ୭ଜଣ କାଉନସିଲର ପାର୍ଥୀ ଏବଂ ଜଣେ ସ୍ୱାଧୀନ କାଉନସିଲର ପ୍ରାର୍ଥ ନାମାଙ୍କନ ଦାଖଲ କରିଥିବାବେଳେ ସୋମବାର ଅନ୍ତିମ ଦିନରେ ଆଉ ୪୮ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନ କରିଥିବାରୁ ଆଠଗଡର ମୋଟ ୧୮ଟି ୱାର୍ଡ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ୫୬ ରହିଥିବା ଜଣାପଡିଛି। ସବୁ ରାଜନୈତିକ ଦଳର ବହୁ ସଂଖ୍ୟକ ସମର୍ଥକ ଏକ ସଙ୍ଗରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପକୁ ଆସିବା ଫଳରେ ସେଠାରେ ଲୋକାରଣ୍ୟ ହୋଇଯାଇଥିଲା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆଇଆଇସି ବାମଦେବ ସ୍ୱାଇଁ ଓ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିସି ବହୁ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ସେଠାରେ ଉପସ୍ଥିତ ରହିଥିଲେ

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories