www.samajalive.in
Sunday, December 7, 2025
26.1 C
Bhubaneswar

ନର୍ଲାରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ

ନର୍ଲା: ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ଭାରତର ସାଂସ୍କୃତିକ ବିବିଧତା, ପ୍ରତିବଦ୍ଧତା ତଥା ସାଂସ୍କୃତିକ ବୈଭବକୁ ଲୋକଲୋଚନକୁ ଆଣିବାର ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସଂପର୍କ କାର୍ଯ୍ୟାଳୟ ଭବାନୀପାଟଣା ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ନର୍ଲା କଲେଜ ପ୍ରାଙ୍ଗଣରେ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ସମ୍ପର୍କରେ ସ୍ଲୋଗାନ ଦେଇ ଏକ ପଦଯାତ୍ରା ନର୍ଲ। ଗାଁ ପରିଭ୍ରମଣ କରିଥିଲା। ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସଞ୍ଜୟ କୁମାର ଶତପଥି ଉଦଘାଟନ କରିଥିବା ବେଳେ ଭବାନୀପାଟଣା ସରକାରୀ କଲେଜର ଅଧ୍ୟାପକ ନଳୀନିକାନ୍ତ ରଣା, ନର୍ଲା କଲେଜର ଅଧ୍ୟକ୍ଷ ନାରାୟଣ ନାୟକ, +୨ କଲେଜର ଅଧ୍ୟକ୍ଷା ପୂଷ୍ପଲତା କର ପ୍ରମୁଖ ଯୋଗଦେଇ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସର ଘଟଣା ଯାହା ଆମକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରିଥାଏ, ସେ ସମ୍ପର୍କରେ ଆଲୋକପାତ କରିବା ସହିତ କଳାହାଣ୍ଡି ଜିଲ୍ଲାର ପରମ୍ପରା, ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

- Advertisement -

ଅମୃତ ମହୋତ୍ସବ ସମ୍ପର୍କରେ ବିଭିନ୍ନ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ସୂଚନା ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାରମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ କ୍ଷେତ୍ର ଜନସଂପର୍କ ବ୍ୟୁରୋର କ୍ଷେତ୍ରପ୍ରଚାର ସହାୟକ ବିଷ୍ଣୁ ଚରଣ ସାହୁ ପରିଚାଳନା କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories