www.samajalive.in
Tuesday, December 9, 2025
23.1 C
Bhubaneswar

ରାସ୍ତାକଡ଼ ଦୋକାନୀଙ୍କ ଜୀବନ ଜୀବିକା ସୁରକ୍ଷା ପ୍ରସଙ୍ଗ, ବିବାଦ ସମାଧାନ ପାଇଁ ଗଠନ ହେବ କମିଟି

ଭୁବନେଶ୍ବର: ରାସ୍ତା ସମ୍ପ୍ରସାରଣ, ଜବରଦଖଲ ପରି ବିଭିନ୍ନ ସମସ୍ୟାକୁ ନେଇ ଅନେକ ସମୟରେ ରାସ୍ତାକଡ଼ ଦୋକାନୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥାଏ। ବହୁ ସମୟରେ ଏହାକୁ ରାଜ୍ୟର ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ରାଜସ୍ବ ଡିଭିଜନରେ ଏକ ବିବାଦ ସମାଧାନ କମିଟି ଗଠନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ୨୦୨୦ ମସିହାରେ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଏ ଦିଗରେ ପଦକ୍ଷେପ ସ୍ବରୂପେ ରାଜ୍ୟ ସରକାର ରାସ୍ତାକଡ଼ ଦୋକାନୀଙ୍କ ଜୀବନ ଜୀବିକା ସୁରକ୍ଷା ଓ ନିୟନ୍ତ୍ରଣ ଆଇନ ୨୦୧୪ ଅନ୍ତର୍ଗତ ଧାରା ୨୦ରେ ବିବାଦ ସମାଧାନ କମିଟି ଗଠନ କରିବାକୁ ପଦକ୍ଷେପ ନେଇଛନ୍ତି।

 

- Advertisement -

ଆଇନ ଅନୁଯାୟୀ କମିଟି ୩ ସଦସ୍ୟ ବିଶିଷ୍ଟ ହେବ, ଏହାର ଅଧ୍ୟକ୍ଷ ରହିବେ ଜଣେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (ସିଭିଲ ଜଜ)। ପ୍ରତ୍ୟେକ ସଦସ୍ୟ ସର୍ବାଧିକ ୩ ବର୍ଷ କିମ୍ବା ୬୫ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟ କରିବେ। ସରକାରୀ କର୍ମଚାରୀ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଏଥିରେ ସଦସ୍ୟ ରହି ପାରିବେନି। ଅଧ୍ୟକ୍ଷ ସାମୟିକ ଭାବେ କାର୍ୟ୍ୟ କରିବେ। ଏହି ବିଷୟବସ୍ତୁକୁ ଉଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟିକୁ ଆଣିବାକୁ ଉଚ୍ଚନ୍ୟାୟାଳୟଙ୍କ ରେଜିଷ୍ଟ୍ରାରଙ୍କୁ ଆଇନ ବିଭାଗ ଅତିରିକ୍ତ ସଚିବ ପ୍ରଣୟ କୁମାର ଦାସ ଚିଠି ଲେଖି ଅନୁରୋଧ କରିଛନ୍ତି। ବିଭାଗକୁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିର୍ଦେଶ ଦେବାକୁ ଏଥିରେ ଲେଖିଛନ୍ତି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories