www.samajalive.in
Sunday, December 7, 2025
26.1 C
Bhubaneswar

ସିଆରପିଏଫର ଜନସମ୍ପର୍କ ମେଳା

କଲ୍ୟାଣସିଂହପୁର : ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବିଜେପୁର ସି ଆର ପି ଏଫ କ୍ୟାମ୍ପ ଏଫ/୪ର୍ଥ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱରର ପୁଲିସ ମହାନିରୀକ୍ଷକ (ଆଇଜି) ସଂଗ୍ରାମ କେଶରୀ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସି ଆର ପି ଏଫ୪ର୍ଥ ବାଟାଲିୟନ କମାଣ୍ଡେଣ୍ଟ ମୋନଜ କୁମାର ୟାଦବ ଯୋଗଦେଇ ଜନସମ୍ପର୍କ ମେଳାକୁ ଉଦଘାଟନ କରିଥିଲେ । ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ସି ଆର ପି ଏଫ ପକ୍ଷରୁ ୧୪୫ ଟି ରେଡ଼ିଓ,୩୬ଟି ଜଳ ବିଶୋଧକ କରି ଆସିଥିବା ପ୍ରାୟ ୨୫୦ ମହିଳା ପୁରୁଷ ଲୋକଙ୍କୁ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଉକ୍ତ ଅଞ୍ଚଳର ଲୋକମାନେ ଯବାନଙ୍କୁ ଭୟ ନ କରି ତାଙ୍କ ସହିତ କିପରି ସୁସମ୍ପର୍କ ରଖିବେ ସେ ବିଷୟରେ ଅତିଥି ମାନେ ମତ ଦେଇଥିଲେ । ଏଥିରେ ରାୟଗଡା ସି ଆର ପି ଏଫ୪ର୍ଥ ବାଟାଲିୟନର ଦ୍ୱିତୀୟ କମାଣ୍ଡେଣ୍ଟ ଅଧିକାରୀ ସୁଶୀଲ କୁମାର ଠାକୁର, କପିଙ୍ଗ ଗିଲ, ଉପ କମାଣ୍ଡେଣ୍ଟ ଜ୍ୟୋତିମୟ ଆଚାରିୟୁ, ରମେଶ କୁମାର, ସହାୟକ କମାଣ୍ଡେଣ୍ଟ ରାଜ ପ୍ରକାଶ ଭିହାରୀ, ବିଜେପୁର ସରପଞ୍ଚ ଟୀକା ମାଝୀ, ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୁଲାହରସ ଅତିଥିଭାବେ ମଞ୍ଚାସୀନ ରହିଥିଲେ । ସିଆରପିଏଫ ଏଫ୪ର୍ଥ ର ସମସ୍ତ ଯବାନ ଅମିତ ସାହୁ, ଭମେଶ ସାହୁ ନିଳାଞ୍ଚଳ ରାଉତ ,ଦୀପକ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କାର୍ୟ୍ୟକ୍ରମ ସମୟରେ ଚାରିଆଡେ ଯବାନଙ୍କ ଛାଉଣୀ ରହିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories