www.samajalive.in
Sunday, December 7, 2025
23.1 C
Bhubaneswar

ଖାଇବା ତେଲ କଳାବଜାରୀ ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପରିପ୍ରେକ୍ଷୀରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖ୍ୟ ତେଲର ହେତୁକ ମୂଲ୍ୟବୃଦ୍ଧିର ଆଶଙ୍କା ରହିଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ୨୦ରୁ ୩୦ଟଙ୍କା ଯାଏଁ ମୂଲ୍ୟ ବୃଦ୍ଧି ଘଟିଛି। ତେଣୁ କୃତ୍ରିମ ସଙ୍କଟ ଏବଂ କଳାବଜାରୀ ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିବା ଖାଉଟି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ସାଂପ୍ରତିକ ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି ଏବଂ ଆଗାମୀ ଦିନରେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଏହି ପରିପ୍ରେକ୍ଷୀରେ ଦେଶରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖ୍ୟ ତେଲର ଦର ଅହେତୁକ ଭାବେ ବଢିବା ଆଶଙ୍କା ରହିଛି। ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସୀମିତ କ୍ଷମତା ମଧ୍ୟରେ କୃତ୍ରିମ ସଙ୍କଟ କିମ୍ବା କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଏବଂ ଅନ୍ୟାନ୍ୟ ଶୁଳ୍କ ଅତିକମରେ ସାମୟିକ ଭାବେ ହ୍ରାସ କରିବା ଉଚିତ ବୋଲି ସେ ଟ୍ୱିଟ କରିଛନ୍ତି। ନ ହେଲେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ସହ ଖାଇବା ତେଲର ଦରବୃଦ୍ଧି ଗରିବ, ଚାଷୀ, ମୁଲିଆ, ଖଟିଖିଆ ଏପରିକି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି ସେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories