www.samajalive.in
Sunday, December 7, 2025
18.1 C
Bhubaneswar

ଘଟଗାଁ ତାରିଣୀ ପୀଠରୁ ହଟିଲା କଟକଣା, ଶ୍ରଦ୍ଧାଳୁଙ୍କୁ ମିଳିଲା ଭୋଗ ଲଗାଇବାର ସୁଯୋଗ

କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିରରେ ଭକ୍ତଙ୍କ ପାଇଁ ଥିବା କଟକଣାରେ କିଛିଟା କୋହଳ କରିଛନ୍ତି। ଫଳରେ ଗୁରୁବାର ଠାରୁ ଶ୍ରଦ୍ଧାଳୁ ମାଆଙ୍କ ନିକଟରେ ମାନସିକ ନଡ଼ିଆ ଭୋଗ ଲଗାଉଛନ୍ତି। ସମସ୍ତଙ୍କୁ ମାଆଙ୍କ ଦର୍ଶନ ପାର୍ଇ ଅନୁମତି ପ୍ରଦାନ କରାଯାଇଛି। ତେବେ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମୁହଁରେ ତୁଣ୍ଡି (ମାସ୍କ) ବାନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଭକ୍ତ ମାନଙ୍କ ପାଇଁ ଭୋଗ ଲଗାଇବା ଧାଡି ଓ ଦର୍ଶନ ପାଇଁ ଭିନ୍ନ ଧାଡ଼ିର ବ୍ୟବସ୍ଥା କରାଯାଇଛି।
ଗୁରୁବାର ସକାଳୁ ମନ୍ଦିର ଦ୍ୱାର ଫିଟା, ସ୍ନାନ, ମାଜଣା, ବଡସିଂହାର ବେଶ, ଶୋଡ଼ଷ ଉପଚାର ପୂଜା, ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ସକାଳ ସାଢ଼େ ୬ଟା ଠାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ରାତି ୮ଟା ପର୍ଯ୍ୟନ୍ତ ଭକ୍ତ ମାନେ ମା’ଙ୍କ ଦର୍ଶନ କରିପାରିବେ। ଅପରାହ୍ନ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମା’ଙ୍କ ବିଶ୍ରାମ ପାଇଁ ଦର୍ଶନ ବନ୍ଦ ରହିଥିଲା । ସମସ୍ତ ଭକ୍ତ ଦର୍ଶନ ଓ ମାଙ୍କ ନିକଟରେ ଭୋଗ ଲଗାଇବା ନିମନ୍ତେ ମୁଖଶାଳା ଓ ଟିକେଟ୍ କେନ୍ଦ୍ର ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ଦର୍ଶନ ଓ ଭୋଗ ଲାଗି ପରେ ପ୍ରସ୍ଥାନ ଦ୍ୱାର ଦେଇ ଫେରୁଛନ୍ତି । ବିଶେଷ କରି କରୋନା ସ୍ଥିତିରେ ସୁଧାର ଆସିବା ଏବଂ ସଂକ୍ରମଣର ହାର ହ୍ରାସ ପାଇଥିବାରୁ ପ୍ରଶାସନ ଏହି ନିଷ୍ପତି ନେଇଛି । ଏହା ବ୍ୟତୀତ ମା’ ଙ୍କର ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀ ଯଥାରୀତି ଚାଲୁ ରହିଛି ।
ସୂଚନାଯୋଗ୍ୟ,  କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ଅଗଷ୍ଟ ୧୦ ତାରିଖ ଠାରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ମାନେ ଭୋଗ, ଫୁଲ, ଫଳ, ଧୂପ, ଦୀପ ଆଦି ପୂଜା ସାମଗ୍ରୀ ନେବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଏପରିକି ଶିଶୁ ଓ ବୟସ୍କ ମାନଙ୍କ ମନ୍ଦିର ପ୍ରବେଶ ଉପରେ ମଧ୍ୟ ପ୍ରଶାସନ କଟକଣା ଜାରି କରିଥିଲା । ତେବେ ସଂପ୍ରତି କଟକଣାକୁ କୋହଳ କରାଯାଇଛି । ଯାହାଦ୍ବାରା ମାଆଙ୍କ ଦର୍ଶନ ଓ ଭୋଗଲାଗି ପାଇଁ ସମସ୍ତଙ୍କୁ ସୁଯୋଗ ମଳୁଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories