ବୌଦ୍ଧ : ସାଧାରଣଲୋକଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ବୌଦ୍ଧଜିଲାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେଉଥିବା ସଂସ୍ଥା କ୍ରେଡିଟ୍ ଆକ୍ସେସ ଗ୍ରାମିନ ଲିମିଟେଡ ଦ୍ୱାରା ସାମାଜିକ ଉନ୍ନୟନ ମାଧ୍ୟମରେ ବୌଦ୍ଧଜିଲା ସାମ୍ବାଦିକ ସଂଘକୁ ଏକ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି। ସଂସ୍ଥାର ଏରିଆ ମ୍ୟାନେଜର ସମୀର କୁମାର ମହାପାତ୍ର, ଶାଖା ପରିଚାଳକ ସଂଗ୍ରାମ ପ୍ରଧାନ ଓ ହୃଷିକେଶ ତିୱାଡି ଏବଂ ଅଧିକାରୀ ବିଜୟ କୁମାର ନାୟକ ପ୍ରମୁଖ ଜିଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ପହଞ୍ଚି ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ମିଶ୍ରଙ୍କୁ ଆକ୍ୱାଗାର୍ଡ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଜିଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ବାଘ ଓ ଅଜିତ କୁମାର ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



