www.samajalive.in
Tuesday, December 9, 2025
17.1 C
Bhubaneswar

ଚହଟେଶ୍ୱରଙ୍କ ପୀଠରେ ମହାଶିବରାତ୍ରି

କଟକ: ବିଡାନାସୀ ଚହଟେଶ୍ୱର ମହାଦେବଙ୍କ ପୀଠରେ ମହାଶିବରାତ୍ରି ପର୍ବ କୋଭିଡ କଟକଣା ମଧ୍ୟରେ ଧର୍ମୀୟ ରୀତିନୀତିରେ ପାଳିତ ହୋଇଯାଇଛି। ମଙ୍ଗଳବାର ଭୋର ୪ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ପରେ ସକାଳ ୬ଟାରେ ଭକ୍ତଙ୍କ ପୂଜା ଓ ଦେବଦର୍ଶନ ହୋଇଥିଲା। ସକାଳ ୯ଠାରୁ ଭଜନ, କୀର୍ତ୍ତନ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। ଅପରାହ୍ନ ୧ଟାରେ ମଧ୍ୟାହ୍ନ ଭୋଗ ଓ ପୂଜା ପରେ ପହଡ଼ ପଡିଥିଲା। ଦିନ ୨ଟାରେ ଭକ୍ତଙ୍କ ପୂଜା ଓ ଦେବ ଦର୍ଶନ, ସନ୍ଧ୍ୟା ୬ଟାରେ ଆଳତୀ, କ୍ଷୀର ଅଭିଷେକ, ରାତି ୮ରେ ପ୍ରସାଦ ସେବନ, ପରେ ଦଧି ଅଭିଷେକ, ଘୃତ ଅଭିଷେକ ହୋଇଥିଲା। ରାତି ପ୍ରାୟ ୩ଟାରେ ମହାଦୀପ ଉଠିଥିଲା। ମନ୍ଦିରର ମୁଖ୍ୟ ପୂଜକ ଓ ସେବକ ଦିଲ୍ଲୀପ କୁମାର ସାବତଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories