www.samajalive.in
Sunday, December 7, 2025
26.1 C
Bhubaneswar

ଅନିଶ୍ଚିତତାରେ ଭାରତର ୫୦୦ ନିୟୁତ ଡଲାର ରପ୍ତାନି

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବ ପ୍ରଭାବିତ ହୋଇଥିବାବେଳେ ଭାରତର ବ୍ୟାବସାୟିକ କାରବାର ପ୍ରଭାବିତ ହୋଇଛି। ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ରୁଷ୍ ଉପରେ ବିଭିନ୍ନ ରାଷ୍ଟ୍ର ଓ ଆନ୍ତର୍ଜାତିକ ସଂଗଠନ ଆର୍ଥିକ କଟକଣା ଲାଗୁ କରିଛନ୍ତି। ତେଣୁ ରୁଷ୍ ଓ ସିଆଇଏସ୍ (ରାଜ୍ୟଗୋଷ୍ଠୀ ସ୍ବାଧୀନ ରାଷ୍ଟ୍ର) ରାଷ୍ଟ୍ରକୁ ଭାରତର ରପ୍ତାନି କାରବାର ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କ୍ରପସ୍‌ର ପ୍ରତ୍ୟାହାର ଯୋଗୁଁ ରୁଷ୍ ଓ ସିଆଇଏସ୍‌କୁ ଭାରତ ରପ୍ତାନୀ କରିବାକୁ ଥିବା ୫୦୦ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ଏହା ଭାରତୀୟ ରପ୍ତାନିକାରୀଙ୍କୁ ନିରାଶ କରିଛି। ୨୦୨୧ରେ ଭାରତୀୟ ବ୍ୟବସାୟୀମାନେ ରୁଷ୍‌କୁ ୩୩୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲେ। ଏହା ସହିତ ୮୫୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲେ। ଆମଦାନୀ ହୋଇଥିବା ସାମଗ୍ରୀ ମଧ୍ୟରୁ ୪୫୦କୋଟି ଡଲାର ମୂଲ୍ୟର ପେଟ୍ରୋଲିୟମ୍ ସାମଗ୍ରୀ ରହିଛି। ସେହିପରି ସିଆଇଏସ୍ ରାଷ୍ଟ୍ରକୁ ଭାରତ ୧୫୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା। ସୋଭିଏତ୍ ୟୁନିୟନରୁ ଅଲଗା ହୋଇଥିବା ରାଷ୍ଟ୍ର ସିଆଇଏସ୍ ଗୋଷ୍ଠୀର ଅନ୍ତର୍ଭୁକ୍ତ। ଏହିସବୁ ରାଷ୍ଟ୍ରକୁ ରୁଷ୍‌ ଦେଇ ଭାରତ ନିଜର ସାମଗ୍ରୀ ରପ୍ତାନୀ କରିଥାଏ। ପାଶ୍ଚାତ୍ୟ ରାଷ୍ଟ୍ରର କଟକଣା ଯୋଗୁଁ ରୁଷ୍ ସହିତ ଡଲାର, ପାଉଣ୍ଡ କିମ୍ବା ୟୁରୋ ଭଳି ମୁଦ୍ରା ମାଧ୍ୟମରେ କାରବାର କରିବା ଅସମ୍ଭବ ହୋଇଛି। ଏପରିସ୍ଥିତିରେ ଭାରତୀୟ ବ୍ୟବସାୟୀମାନେ ରୁଷ୍‌ର ମୁଦ୍ରା ରୁବେଲ କିମ୍ବା ଭାରତୀୟ ମୁଦ୍ରା ଟଙ୍କା ମାଧ୍ୟମରେ କାରବାର କରିବାର ଏକମାତ୍ର ବାଟ। ତେଣୁ ଆଗାମୀ ଦିନରେ ଭାରତର ରପ୍ତାନି କାରବାର ବାଧାପ୍ରାପ୍ତ ହେବ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories