www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ସହ ସଂଘର୍ଷରେ ୨ ଛାତ୍ର ମୃତ

କଲକାତା : ପଶ୍ଚିମବଙ୍ଗର ଇସଲାମପୁରସ୍ଥିତ ଦାରିଭିତ ହାଇସ୍କୁଲ ପରିସରରେ ପୁଲିସ ସହ ସଂଘର୍ଷରେ ୨ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ମୃତ ଦୁଇ ଛାତ୍ର ହେଲେ ରାଜେଶ ସରକାର ଓ ତାପସ ବର୍ମନ। ଏମାନେ ଉକ୍ତ ସ୍କୁଲର ପୂର୍ବତନ ଛାତ୍ର। ସଂଘର୍ଷ ସମୟରେ ପୁଲିସ ଗୁଳି ଚଳାଇବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ରାଜେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାପସଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ରାଜେଶ ଓ ତାପସଙ୍କର ପିତାମାତା ଦାବି କରିଛନ୍ତି ଯେ ପୁଲିସ ଗୁଳିରେ ଉଭୟଙ୍କର ମୃତ୍ୟୁ ହୋଇଛି; ମାତ୍ର ପୁଲିସ ଓ ପ୍ରଶାସନ ଉକ୍ତ ଦାବିକୁ ଅସ୍ବୀକାର କରିଛନ୍ତି।
ଉତ୍ତର ଦିନାଜପୁର ଜିଲାର ଇସଲାମପୁରସ୍ଥିତ ଉକ୍ତ ହାଇସ୍କୁଲରେ ଇଂରାଜୀ, ବେଙ୍ଗଲୀ, ଇତିହାସ ଓ ବିଜ୍ଞାନ ବିଷୟ ଶିକ୍ଷକ ନିଯୁକ୍ତି ଦାବିରେ ପିଲାମାନେ ଆନ୍ଦୋଳନ ଚଳାଇଥିବାବେଳେ ପୂର୍ବତନ ଛାତ୍ରମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ଗୁରୁବାର ଅପରାହ୍ଣରେ ସଂଘର୍ଷର ରୂପ ନେଇଥିଲା। ଆନ୍ଦୋଳନକାରୀ ଛାତ୍ରଙ୍କୁ ଦମନ ପାଇଁ ପୁଲିସ ପ୍ରଥମେ ଲୁହବୁହା ଗ୍ୟାସ, ଲାଠି ମାଡ ଓ ଶେଷରେ ଗୁଳି ଚଳାଇଥିଲା। ସଂଘର୍ଷରେ ୪ଜଣ ସ୍ଥାନୀୟ ଲୋକ, ତିନିଜଣ ପୁଲିସ ଓ କେତେକ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ବେଙ୍ଗଲୀ ମାଧ୍ୟମ ଏହି ହାଇସ୍କୁଲରେ କୌଣସି ପିଲା ଉର୍ଦୁ ଭାଷାକୁ ଇଚ୍ଛାଧୀନ ବିଷୟ ଭାବେ ଗ୍ରହଣ କରି ନଥିବାବେଳେ ରାଜ୍ୟ ସରକାର ଏଠାରେ ଦୁଇଜଣ ଉର୍ଦୁ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥଲେ। ଅନ୍ୟପଟେ ବେଙ୍ଗଲୀ ସମେତ ଅନ୍ୟ ବିଷୟ ଶିକ୍ଷକ ପଦ ଖାଲି ପଡିଥିଲା। ଏହି ଘଟଣାକୁ ନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଜିଲା ଶିକ୍ଷା ନିରୀକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଅଜ୍ଞାତରେ ଏହି ଶିକ୍ଷକ ନିଯୁକ୍ତି ଦିଆଯାଇଥିଲା। ଚାଟାର୍ଜୀ କହିଛନ୍ତି ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାକୁ ନେଇ ବିଜେପି ଶୁକ୍ରବାର ୧୨ଘଣ୍ଟିଆ ବନ୍ଦ ପାଳନ କରିଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories