www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ବାଚନକୁ କେନ୍ଦ୍ରକରି ଗଣ୍ଡଗୋଳ  ; ୨ ଆହତ ,୪ ଅଟକ 

ବେଗୁନିଆ  : ବାଘମାରୀ ଥାନା ସିମୋର ପଞ୍ଚାୟତ ଅନ୍ତର୍ଗତ ଗଂପୁର ଗ୍ରାମରେ ନିର୍ବାଚନ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଆହତ ହୋଇଛନ୍ତି । ରାତିରେ ଉଭୟ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ବାଘମାରୀ ଥାନାରେ ରୁଜୁ ହେବା ପରେ ବାଘମାରୀ ପୁଲିସ ୪ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ସମ୍ପୃକ୍ତ ଗ୍ରାମର ଦୁଇ ଭାଇ ରମେଶ ସେଠୀ ଏବଂ ଗଣେଶ ସେଠୀଙ୍କୁ ଗତ କାଲି ରାତି ୯ ଟା ରେ ସେହି ଗ୍ରାମର ବାପ ପୁଅ ସରୋଜ ସେଠୀ ଏବଂ ଶରତ ସେଠୀ ଏକ କାଠ ଫ।ଳିଆରେ ଆକ୍ରମଣ କରିବା ଯୋଗୁଁ ରମେଶଙ୍କର ମୁଣ୍ଡ ଫାଟିଯାଇଛି ଏବଂ ଗଣେଶଙ୍କର କାନ ମଧ୍ୟ ଛିଣ୍ଡିଯାଇଛି । ଅନ୍ୟ ପକ୍ଷରେ ଦୁଇ ଭାଇ ବାପ ପୁଅଙ୍କୁ ମଧ୍ୟ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏମାନେ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ  ରାତିରେ ରମେଶ ସେଠୀ ଏବଂ ସରୋଜ ସେଠୀ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି । ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଙ୍କ ନିର୍ଦେଶରେ ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଦୁଇଟି ମାମଲା ରୁଜୁ କରି ସମ୍ପୃକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories