www.samajalive.in
Sunday, December 7, 2025
26.1 C
Bhubaneswar

କୂଳ ଲଙ୍ଘିଲା ଗଙ୍ଗାହାର : ବଢୁଛି ବୁଢ଼ାବଳଙ୍ଗ

ବଡ଼ସାହି : ଲଘୁଚାପ ଜନିତ ଭାରି ବର୍ଷା ଫଳରେ ଶୁକ୍ରବାର ବଡ଼ସାହି ବ୍ଲକ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀ କୂଳ ଲଙ୍ଘନ କରିଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ସନ୍ଧ୍ୟା ବେଳକୁ ଗଙ୍ଗାହାର ନଦୀ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ୨ଦିନ ଧରି ପ୍ରବଳ ବର୍ଷା ପାଇଁ ଉଭୟ ନଦୀର ଜଳପତ୍ତନ ଦ୍ରୁତଗତିରେ ବଢ଼ିଥିଲା। ଶୁକ୍ରବାର ସକାଳେ ଗଙ୍ଗାହାର ବନ୍ୟାଜଳ ତଳି ତଥା ଖାଲୁଆ ଅଞ୍ଚଳରେ ପ୍ରବେଶ କରିଥିଲା। ସନ୍ଧ୍ୟା ବେଳକୁ ଶାଳଗାଁ ଓ ମାନଗୋବିନ୍ଦପୁର ପଞ୍ଚାୟତର ୮ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛନ୍ତି। ଗ୍ରାମ୍ୟ ରାସ୍ତାଗୁଡ଼ିକ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି। ପାଳପାଟଣା, ନରଣଗାଁ, ଆଗ୍ରିଆ, ଡୁମୁରିଆ, ଭୁରୁଡ଼ିଆ ଓ କୁଞ୍ଚିବଣିଆ ଗ୍ରାମକୁ ରକ୍ଷା ଦେଉଥିବା ନଦୀବନ୍ଧ ଅନେକ ସ୍ଥାନରେ ଭାଙ୍ଗିବା ପରିସ୍ଥିତିରେ ରହିଛି। ମହରମ ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଛୁଟିରେ ଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ଜନଅସନ୍ତୋଷ ଦେଖାଦେଇଛି। ବନ୍ୟାଜଳ ସୋରିଷକୋଠା, ଶାଳଗାଁ, କୁଞ୍ଚିବଣିଆ ଗ୍ରାମ ରାସ୍ତା ଉପରେ ପ୍ରବାହିତ ହେଉଛି। ସେହିପରି ବୈଶିଙ୍ଗା-ଉଦଳା, ବଡ଼ସାହି-କୁଆମରା, ବଡ଼ସାହି-ଉଦଳା ରାସ୍ତାର ପୋଲ ଉପରେ ୩ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଅନେକ ଧାନ ଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଛି। ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବୁଢ଼ାବଳଙ୍ଗ ନଦୀରେ ଦ୍ରୁତଗତିରେ ବନ୍ୟାଜଳ ବୃଦ୍ଧିପାଉଥିବାରୁ ନଦୀ ସଂଲଗ୍ନ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବର୍ଷା କମିଥିବାରୁ ଜଳପତ୍ତନ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories