www.samajalive.in
Sunday, December 7, 2025
18.1 C
Bhubaneswar

ଭୟଭୀତ ହୁଅ ନାହିଁ, ଆମେ ମଣିଷ ଖିଆ ବାଘ ନୁହଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଣିଷ ଖିଆ ବାଘ ନୁହନ୍ତି। ଏଣୁ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାଗୁଡିକୁ ନେଇ ରାଜ୍ୟଗୁଡିକ ଭୟଭୀତ ହେବ ଉଚିତ ନୁହେଁ। ବିଚାରପତି ଏମ୍‍. ବି. ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ପୀଠ ଶୁକ୍ରବାର ବେଆଇନ ଖଣି କାରବାର ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ବେଳେ ଏହି ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଯୁକ୍ତି ବାଢିଥିଲେ ଯେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ରାଜ୍ୟର ଟ୍ରାଇମେକ୍ସ ଗ୍ରୁପ କମ୍ପାନୀ ବିରୋଧରେ ବେଆଇନ ଖଣି କାରବାର ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଟ୍ରାଇମେକ୍ସ ଗ୍ରୁପକୁ ଦିଆଯାଇଥିବା ଖଣି କାରବାର ଲାଇସେନ୍ସକୁ ରାଜ୍ୟ ସରକାର ନିକଟରେ ରଦ୍ଦ କରିଥିଲେ। ଏ ସମ୍ବନ୍ଧୀୟ ଦସ୍ତାବିଜ୍‍ ରାଜ୍ୟ ସରକାରଙ୍କ ଓକିଲ କୋର୍ଟରେ ଦାଖଲ କରିଥିଲେ। ଏହି ପରିପ୍ରେକ୍ଷୀରେ ରୋହତଗୀ ଯୁକ୍ତି ବାଢିଥିଲେ ଯେ ଏହା ଏକ ବେଆଇନ ଖଣି କାରବାର ହୋଇ ନ ଥିଲେ ମଧ୍ୟ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପୀଠ କହିଛନ୍ତି, କୌଣସି ରାଜ୍ୟ ସରକାର ଏଭଳି ଅସହାୟ ନୁହନ୍ତି ଯେ ଜଣେ କିମ୍ବା ଦୁଇ ଜଣ ଲୋକ ତାଙ୍କୁ ଅନିଚ୍ଛା ସତ୍ତ୍ବେ କାର୍ଯ୍ୟ କରିବାକୁ ବାଧ୍ୟ କରିପାରିବେ। ଅପରପକ୍ଷେ ରାଜ୍ୟ ସରକାର କମ୍ପାନୀର ଲାଇସେନ୍ସ ରଦ୍ଦ କରି ଏହାଠାରୁ କ୍ଷତିପୂରଣ ଆଦାୟ କରିବା ଉଚିତ ବୋଲି ମାମଲାର ଆବେଦନକାରୀ ତଥା ପୂର୍ବତନ ବରିଷ୍ଠ ଅମଲା ଅଧିକାରୀ ଇଏଏସ୍‍ ଶର୍ମାଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି। ଉଲ୍ଲେଖ ଯେ କମ୍ପାନୀ ଦ୍ୱାରା ବେଆଇନ ଖଣି କାରବାର ଅଭିଯୋଗର ଏସ୍‍ଆଇଟି କିମ୍ବା ସିବିଆଇ ତଦନ୍ତ ଦାବିରେ ହୋଇଥିବା ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଜୁଲାଇ ୯ରେ କେନ୍ଦ୍ର, ଆନ୍ଧ୍ର ଏବଂ କମ୍ପାନୀଠାରୁ ଜବାବ ଲୋଡିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories