www.samajalive.in
Tuesday, December 9, 2025
16.1 C
Bhubaneswar

ହାତିଶାଳ ଘାଟିରେ ୧୦୦ଫୁଟ ତଳକୁ ଖସିଲା କଣ୍ଟେନର; ଅଳ୍ପକେ ବର୍ତ୍ତିଲେ ଚାଳକ

ଲାଞ୍ଜିଗଡ: ବିଶ୍ୱନାଥପୁରଠାରୁ ବିଜେପୁରକୁ ସଂଯୋଗ କରୁଥିବା ହାତିଶାଳ ଘାଟିରେ ଶୁକ୍ରବାର ଏକ କପା ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କଲ୍ୟାଣସିଂହପୁରଠାରୁ ଏକ କପା ବୋଝେଇ କଣ୍ଟେନର ବଲାଙ୍ଗିର ଯାଉଥିବା ବେଳେ ହାତିଶାଳ ଘାଟିର ବଞ୍ଜାରୀ ମନ୍ଦିର ବୁଲାଣିରେ ଯିବା କଥା, କିନ୍ତୁ ଡ୍ରାଇଭର ଜାଣି ନ ପାରି ଗାଡିକୁ ସିଧା ନେଇଯାଇଥିଲେ। ଫଳରେ ଗାଡିଟି ରାସ୍ତାରୁ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲା। ଗାଡି ଚୁରମାର ହୋଇଯାଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଗାଡି ଏତେ ତଳକୁ ଖସି ପଡ଼ିଥିଲେ ହେଁ ଚାଳକଙ୍କର କିଛି ହୋଇ ନ ଥିବା ଆଶ୍ଚର୍ଯ୍ୟ ଲାଗୁଛି। ଏହି ଘାଟିରେ ପୂଜା ପାଉଥିବା ବଞ୍ଜାରୀ ଦେବୀଙ୍କ ଯୋଗୁଁ ଚାଳକଙ୍କର କିଛି ହୋଇନାହିଁ ବୋଲି ଲୋକେ କୁହାକୁହି ହେଉଛନ୍ତି। ହାତିଶାଳ ଘାଟିରେ ଥିବା ବଞ୍ଜାରୀ ଦେବୀ ଅତ୍ୟନ୍ତ ପ୍ରତ୍ୟକ୍ଷ। ସେଥିପାଇଁ ସମସ୍ତ ଗାଡି ରାସ୍ତାରେ ଗଲାବେଳେ ନଡ଼ିଆ ଦେଇ ଶୁଭ ମନାସୀ ଥାଆନ୍ତି। ହାତିଶାଳ ଘାଟି ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ଯୋଗୁଁ ସବୁବେଳେ ଦୁର୍ଘଟଣାମାନ ଘଟୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories