www.samajalive.in
Sunday, December 7, 2025
26.1 C
Bhubaneswar

ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୮ନଂ ୱାର୍ଡ ଦୁର୍ଗାବଜାର ଠାରେ ତ୍ରିନାଥ ଦେବଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବାସିନ୍ଦାମାନଙ୍କ ପ୍ରଚେଷ୍ଟା ଓ ଉଦ୍ୟମରେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇ ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ଥିବା ଏକ ବୃକ୍ଷ ମୂଳରେ ପୂଜା ପାଉଥିବା ଶ୍ରୀ ଜୀଉଙ୍କର ନୂତନ ବିଗ୍ରହକୁ ନାନାବିଧ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ମଙ୍ଗଳବାର ଦିନ ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ ଅଙ୍କୁରା ରୋପଣ, ସୂର୍ଯ୍ୟପୂଜା, କଳସ ଶୋଭାଯାତ୍ରା, ଘଟସ୍ଥାପନ, ଗୋପୂଜନ, ମନ୍ଦିର ପ୍ରତିଷ୍ଠା, ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପୂଜକ ବାବୁ ରଥ ଦିଅଁଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ ପରିଚାଳନା କରିଥିଲେ। ସ୍ଥାନୀୟ ବାସିନ୍ଦା ଓ ବହୁ ଶ୍ରଦ୍ଧାଳୁ ନାମ ସଂକୀର୍ତ୍ତନ କରି ଦିଅଁଙ୍କୁ ଶୋଭାଯାତ୍ରାରେ ନେଇ ମନ୍ଦିରରେ ପ୍ରତିଷ୍ଠା କରିଥିଲେ। ଏହି ଅବସରରେ ଆୟୋଜିତ ଯଜ୍ଞାନୁଷ୍ଠାନରେ କର୍ତ୍ତା ମହେଶ୍ୱର ମହାପାତ୍ର ଆହୁତି ପ୍ରଦାନ କରିଥିଲେ। ଘନଶ୍ୟାମ ସାହୁ,ସୌଭାଗ୍ୟ  ରଂଜନ ବେହେରା, ବିଜୟ ଦାସ, ଅରୁଣ କୁମାର ନାୟକ, ମିଲୁ ବେହେରା, ବିକ୍ରମ ନାୟକ, ଶିବ ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories