www.samajalive.in
Tuesday, December 9, 2025
26.1 C
Bhubaneswar

ଅମ୍ବାନୀ ଘର ବାହାଘର: ଜମିଲା ବଲିଉଡ ତାରକାଙ୍କ ଭିଡ଼

ମୁମ୍ବାଇ: ଅନମୋଲ ଅମ୍ବାନୀଙ୍କ ବିବାହରେ ଷ୍ଟାରଙ୍କ ଭିଡ଼ । ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ବିବାହ ହୋଇଛି । ଏହି ବିବାହ କାର‌୍ୟ୍ୟକ୍ରମରେ ବଲିଉଡର ପ୍ରାୟ ସମସ୍ତ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ନଜର ଆସିଛନ୍ତି । ବଚ୍ଚନ ପରିବାରର ଅମିତାଭ ଓ ଜୟା ନଜର ଆସିଥିବା ବେଳେ ଅଭିନେତ୍ରୀ ହେମା ମାଲିନ ଓ ସୁନୀଲ ଶେଟ୍ଟୀ ମଧ୍ୟ ଏହି ବିବାହ କାର‌୍ୟ୍ୟକ୍ରମରେ ନଜର ଆସିଛନ୍ତି । ଅନମୋଲ ଅମ୍ବାନୀ ଏବଂ ଖ୍ରିଶା ଶାହାଙ୍କ ବିବାହ ହୋଇଛି । ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି କରିଛି । ଅମିତାଭ ବଚ୍ଚନ ଏକ କ୍ରିମ ରଙ୍ଗର ଶେରୱାନି ସହ ଏକ‌ା ରଙ୍ଗର ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହ ଶ୍ୱେତା ବଚ୍ଚନ ମଧ୍ୟ ଏହି ବିବାହରେ ଯୋଗ ଦେଇଥିଲେ ଜ୍ଝ ଜୟାଙ୍କୁ କିଛି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମୁମ୍ବାଇର କଫି ପ୍ୟାରେଡରେ ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ଘରେ ଅନମୋଲ ଅମ୍ବାନୀ ଏବଂ ଖ୍ରିଶା ଶାହାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।

Hot this week

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

Related Articles

Popular Categories