ଗୁଡ଼ଭେଲା: ଗୁଡଭେଲା ବ୍ଳକ ଓ ତୁଷୁରା ବିଜ୍ଞାପିତ ପରିଷଦ ଅଞ୍ଚଳରେ ଲାଗିଲା ସରକାର ବିରୋଧୀ ପୋଷ୍ଟର । ଗାଁ ଗାଁରେ ତୁଷୁରା ୟୁଥଏକସନ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏହାସହ ଆସନ୍ତା ୨୨ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଶାସକ ଦଳକୁ ଭୋଟ ନଦେବାକୁ କୁହାଯାଇଛି । ୧୩ଟି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ୟୁଥ୍ ଏକସନ୍ କମିଟିର ସଦସ୍ୟ ମାନେ ଏପରି ଆହ୍ୱାନ ଦେଇଛନ୍ତି । ଲୋକଙ୍କୁ ବିକାଶ ନାଁରେ ଦଳ ଭୂଆଁ ବୁଲାଉଛି ବୋଲି ୟୁଥ୍ ଏକସନ୍ କମିଟିର ସଦସ୍ୟମାନେ କହିଛନ୍ତି ।

ସେହିପରି ଚଳିତ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବ୍ୟବସ୍ଥାରୁ ଆଦିବାସୀଙ୍କୁ ବାଦ ଦେବାରୁ ବ୍ଳକର ୫ ଓ ୬ ନମ୍ବର ଜୋନରେ ଆଦିବାସୀ ମେଳି ବସିଛି ।ଏବଂ ସେଥିରେ ସରକାରଙ୍କୁ ଭୋଟ ନ ଦେବା ପାଇଁ ଶପଥ ମଧ୍ୟ କରିଛନ୍ତି ।



