www.samajalive.in
Sunday, December 7, 2025
23.1 C
Bhubaneswar

ସରକାରୀ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତ୍ତା !

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ପୁଣି ବଢ଼ିପାରେ ମହଙ୍ଗା ଭତ୍ତା । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଛି । ସୂଚନା ମୁତାବକ ମାର୍ଚ୍ଚ ମାସରେ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର । ତାହା ସହ ବକେୟା ଅର୍ଥ ମଧ୍ୟ ସରକାର କର୍ମଚାରୀଙ୍କୁ ଦେଇପାରନ୍ତି । ଏହି ୩% ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ କରାଯିବ । ଅର୍ଥାତ୍ ଜାନୁଆରୀ ପହିଲାରୁ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନେ ଉପକୃତ ହେବେ । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଏହା ପ୍ରଦାନ କରୁଥିବା ଜଣାପଡ଼ିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories