www.samajalive.in
Sunday, December 7, 2025
26.1 C
Bhubaneswar

ଅଭିଜିତ୍ ଆୟାର ମିତ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଓଡିଶାର ଐତିହ୍ୟ ଓ ସଂସ୍କୃତି ବିଷୟରେ ଅଶାଳୀନ ମନ୍ତବ୍ୟ ଦେଇ ଗୁରୁବାର ମଧ୍ୟାହ୍ନରେ ଗିରଫ ହୋଇଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ଯାଏଁ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି । ସେପ୍ଟମ୍ବର ୨୮ ପରେ କୋଣାର୍କ ଥାନରେ ହାଜର ହେବାକୁ କୋର୍ଟ ନିର୍ଦେଶ ଦେଇଛି । ଓଡିଶା ପୁଲିସର ଟ୍ରାଞ୍ଜିଟ ରିମାଣ୍ଡ ଅବେଦନକୁ ସାକେତ କୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି । ଆବଶ୍ୟକ ଦଲିଲ ବା ଚୁକ୍ତପତ୍ର ନ ଦେଇପାରିବାରୁ ଆବେଦନକୁ ଆଗ୍ରହ୍ୟ କରାଯାଇଥିବା ଜଣାପଡିଛି ।

ଅଭିଜିତ୍‍ଙ୍କ କୋଣାର୍କ ମନ୍ଦିର ବିରୋଧୀ ଅଶ୍ଲୀଳ ମନ୍ତବ୍ୟକୁ ନେଇ ଉଠିଥିବା ପ୍ରତିବାଦର ସ୍ୱର ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ମନ୍ତବ୍ୟ ପରେ ଆହୁରି ତୀବ୍ର ହୋଇଉଠିଥିଲା । ଓଡ଼ିଆଙ୍କ ଭାବବେଗ ସହିତ ଜଣେ ଅଣଓଡ଼ିଆର ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ସମଗ୍ର ଓଡ଼ିଶାରେ ଦଳମତ ନିର୍ବିଶେଷରେ ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ସାଂସଦ ଓ ବୈଜୟନ୍ତ ପଣ୍ଡାଙ୍କ ସହ ଅଭିଜିତ୍ ଆୟାର ମିତ୍ରଙ୍କ ଗିରଫ ଦାବି କରି ବିଜେଡି କର୍ମୀ ଗୃହ ଭିତରେ ଓ ବାହାରେ ଧାରଣା ଦେଇଥିଲେ । ଶେଷରେ ଗୁରୁବାର ମଧ୍ୟାହ୍ନରେ ଦିଲ୍ଲୀ ନିଜାମୁଦ୍ଦିନ ପୁଲିସ ତାଙ୍କୁ ଗିରଫ କରିଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories