www.samajalive.in
Sunday, December 7, 2025
14.1 C
Bhubaneswar

ଗେଟ୍ସଙ୍କୁ ଦାନରେ ଟପିଲେ ଏଲନ ମସ୍କ- କ୍ଷୁଧାମୁକ୍ତ ବିଶ୍ବ ପାଇଁ ଦାନ କଲେ ୪୩ ହଜାର କୋଟି

ନ୍ୟୁୟର୍କ,  : ବିଶ୍ବରୁ କ୍ଷୁଧା ଦୂର ପାଇଁ ସର୍ବାଧିକ ଅର୍ଥ ଦାନ କରିଛନ୍ତି ବିଶ୍ବର ସର୍ବଶ୍ରେଷ୍ଠ ଧନୀ ଏଲନ ମସ୍କ। ଜାତିସଂଘ ପକ୍ଷରୁ ଗତ ନଭେମ୍ବରରେ ବିଶ୍ବକୁ କ୍ଷୁଧାମୁକ୍ତ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ପାଇଁ ସେ ନିଜ କମ୍ପାନୀ ଟେସଲାର ପ୍ରାୟ ୫.୭ ବିଲିୟନ (ଏକ ବିଲିୟନ୍‌ ୧୦୦କୋଟି ଟଙ୍କା) ଡଲାର ମୂଲ୍ୟର ଅଂଶଧନ ଦାନ କରିଛନ୍ତି।

ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୪୩ ହଜାର କୋଟି ଟଙ୍କା ଆକଳନ କରାଯାଇଛି। ଏହି ଦାନ ସମ୍ପର୍କରେ ଆମେରିକା ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ କମିଶନଙ୍କୁ ସେ ମସ୍କ ସୂଚନା ଦେଇଛନ୍ତି। ଗତ ବର୍ଷ ନଭେମ୍ବର ୧୯ରୁ ୨୯ ମଧ୍ୟରେ ସେ ଟେସଲାର ପ୍ରାୟ ୫୦,୦୪୪,୦୦୦ଟି ଅଂଶଧନ ଜନକଲ୍ୟାଣ ଉଦ୍ଧେଶ୍ୟରେ ଦାନ କରିଥିବା ଏଥିରେ ଦର୍ଶାଯାଇଛି। ସିଏନଏସ ସୂଚନାନୁସାରେ ମସ୍କଙ୍କ ମୋଟ ସଂପତ୍ତିର ମାତ୍ର ୨ ପ୍ରତିଶତ ବିଶ୍ବରୁ କ୍ଷୁଧା ଦୂର କରିବାକୁ ସକ୍ଷମ। ଏହାଦ୍ବାରା ପ୍ରାୟ ୪୨ ନିୟୁତ ଲୋକଙ୍କୁ ଅନାହାର ମୃତ୍ୟୁ କବଳରୁ ରକ୍ଷା କରାଯାଇପାରିବ ବୋଲି ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲେ କହିଥିଲେ।

- Advertisement -

ଏଥିରେ ଅନୁପ୍ରାଣିତ ହୋଇ ମସ୍କ ଜାତିସଂଘକୁ ତାଙ୍କର ଏହି ପରିମାଣ ଅର୍ଥ ଦାନ କିପରି ବିଶ୍ବରୁ କ୍ଷୁଧା ଦୂର କରିପାରିବ ବୋଲି ପଚାରିଥିଲେ। ଏହାର ଜବାବରେ ଜାତିସଂଘ ପକ୍ଷରୁ ଏକ ସବିଶେଷ ଯୋଜନା ପ୍ରସ୍ତୁତ କରି ତାଙ୍କୁ ଦିଆଯାଇଥିଲା ଏବଂ ଏହି ଯୋଜନାରେ ସନ୍ତୁଷ୍ଟ ହୋଇ ମସ୍କ ଅର୍ଥ ଦାନ କରିଛନ୍ତି। ମସ୍କଙ୍କ ପୂର୍ବରୁ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍‌ ଗେଟ୍ସ ସବୁଠୁ ବଡ଼ ଦାନୀ ଭାବେ ପରିଚିତ ଥିଲେ। ବିଲ୍‌ ଓ ତାଙ୍କ ପୂର୍ବପତ୍ନୀ ମିଲିଣ୍ଡାଙ୍କ ଦ୍ବାରା ପ୍ରତିଷ୍ଠିତ ଫାଉଣ୍ଡେସନ୍‌ କ୍ଷୁଧା ସମେତ ସ୍ବାସ୍ଥ୍ୟସେବା ପାଇଁ ସର୍ବାଧିକ ଦାନ କରିଆସୁଛନ୍ତି। କରୋନା ମୁକାବିଲାରେ ଗେଟ୍ସ ଫାଉଣ୍ଡେସନ୍‌ର ଦାନ ସର୍ବାଧିକ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories