www.samajalive.in
Sunday, December 7, 2025
26.1 C
Bhubaneswar

ୟୁକ୍ରେନ ପରିସ୍ଥିତି ଭୟଙ୍କର, ଦେଶ ଛାଡିବାକୁ ଛାତ୍ରମାନଙ୍କୁ କହିଲା ଭାରତୀୟ ଦୂତାବାସ

ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାକାର ଭାରତୀୟ ଦୂତାବାସ ୟୁକ୍ରେନକୁ ଏବଂ ୟୁକ୍ରେନ ଭିତରେ ଅନାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ଭାରତୀୟମାନଙ୍କୁ ପରାମର୍ଶ ଦେଇଛି। ଏହା ବ୍ୟତୀତ ସେଠାରେ ରହୁଥିବା ଭାରତୀୟମାନଙ୍କୁ ସେମାନେ ରହୁଥିବା ଠିକଣା ସମ୍ପର୍କରେ ଦୂତାବାସକୁ ଅବଗତ କରାଇବା ପାଇଁ କହିଛନ୍ତି। ଏହି ସମୟ ମଧ୍ୟରେ ଦୂତାବାସ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି, ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତିର ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ରହୁଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀମାନେ ଯେଉଁମାନଙ୍କର ରହିବା ଜରୁରୀ ନୁହେଁ, ସେମାନେ ସାମୟିକ ଭାବରେ ଭାରତ ଫେରିଯିବା ଆବଶ୍ୟକ। ଭାରତୀୟ ନାଗରିକମାନଙ୍କୁ ମଧ୍ୟ ୟୁକ୍ରେନ ଏବଂ ଭିତରର ସମସ୍ତ ଅତ୍ୟାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଦୂତାବାସକୁ ସେମାନଙ୍କ ଉପସ୍ଥିତି ବିଷୟରେ ଅବଗତ କରାଇବାକୁ ଭାରତୀୟ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। ୟୁକ୍ରେନରେ ଭାରତୀୟ ନାଗରିକଙ୍କୁ ସମସ୍ତ ସେବା ଯୋଗାଇବା ପାଇଁ ଦୂତାବାସ ସ୍ୱାଭାବିକ ଭାବରେ କାର୍ଯ୍ୟ ଜାରି ରଖିଛି।

ଖବର ମୁତାବକ, ୟୁକ୍ରେନ ସୀମା ନିକଟରେ ରୁଷ ପ୍ରାୟ ୧ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିଛି, ଯାହା ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି କରିଛି। ପରିସ୍ଥିତି ଆକଳନ ପାଇଁ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ସୋମବାର ୟୁକ୍ରେନ ଗସ୍ତ କରିଛନ୍ତି। ସେ ସେଠାରୁ ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ ଉପରେ କୌଣସି ଆକ୍ରମଣ ପୂର୍ବରୁ ଓଲାଫ ସ୍କୋଲଜ ରୁଷକୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।

- Advertisement -

ସେ କହିଛନ୍ତି, ରୁଷ ପକ୍ଷରୁ ଆକ୍ରମଣ ହେଲେ ସେଥିପାଇଁ ତାକୁ ଆର୍ଥିକ ପରିଣାମ ଭୋଗିବାକୁ ପଡିବ। ଆମେରିକା ମଧ୍ୟ ନିଜ ନାଗରିକମାନଙ୍କୁ ଦେଶ ଛାଡିବାକୁ କହିବା ସହ ରୁଷ ଯଦି ଆକ୍ରମଣ କରେ ତେବେ ଆମେରିକା ଚୁପ ରହିବ ନାହିଁ ବୋଲି ଚେତାବନୀ ଦେଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories